Live Live
LIVE

ଇରାନର ଆଇଆରଜିସିକୁ ଟ୍ରମ୍ପଙ୍କ ପ୍ରଥମ ଅପିଲ୍, ଯୁଦ୍ଧରୁ ଓହରିଲେ ମିଳିବ ସଂପୂର୍ଣ୍ଣ ସୁରକ୍ଷା ଏବଂ କ୍ଷମା

NEWS7
17-year-old-hatya-by-group-people-in-delhi

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (IRGC)କୁ ଯୁଦ୍ଧରୁ ଓହରିବାକୁ ଅପିଲ୍ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯଦି ସେମାନେ ଆତ୍ମସମର୍ପଣ କରନ୍ତି ତେବେ ସେମାନଙ୍କୁ "ସମ୍ପୂର୍ଣ୍ଣ ସୁରକ୍ଷା ଏବଂ କ୍ଷମା" ଦିଆଯିବ। ହେଲେ ଯଦି ସେମାନେ ଏପରି ନ କରନ୍ତି ତେବେ "ନିଶ୍ଚିତ ମୃତ୍ୟୁ"ର ସମ୍ମୁଖୀନ ହୋଇପାରନ୍ତି।

ମେଜର ଲିଗ୍ ସକର ଚାମ୍ପିଅନମାନଙ୍କ ପାଇଁ ହ୍ୱାଇଟ୍ ହାଉସରେ ଆୟୋଜିତ ଏକ ଉତ୍ସବରେ ଟ୍ରମ୍ପ କହିଛନ୍ତି ଯେ, IRGC ସାମରିକ ବାହିନୀ ଏବଂ ପୋଲିସର ସଦସ୍ୟମାନେ ଅସ୍ତ୍ର ଛାଡ଼ିଦେବା ଉଚିତ। କାରଣ ଏବେ ଇରାନକୁ ନିଜ ଲୋକଙ୍କ ସହ ଠିଆ ହେବା ଏବଂ ଦେଶର ନିୟନ୍ତ୍ରଣକୁ ଫେରାଇ ଆଣିବାରେ ସାହାଯ୍ୟ କରିବାର ସମୟ ଆସିଛି। ଆଉ ଆଉ ଏକ 'ନୂଆ ଏବଂ ଉତ୍ତମ ଇରାନ' ଗଠନ କରିବାରେ ସାହାଯ୍ୟ କରନ୍ତୁ। ଟ୍ରମ୍ପ ଆହୁରି କହିଛନ୍ତି, ଆମେରିକା ନିଶ୍ଚିତ କରିବ ଯେ ଭବିଷ୍ୟତରେ ଯିଏ ଇରାନର ନେତୃତ୍ୱ ନେବ ସେ ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ପାଇଁ ବିପଦ ନହୁଏ।

ଏହାର ଦିନକ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଇରାନର ପରବର୍ତ୍ତୀ ନେତା ଚୟନରେ ତାଙ୍କୁ ବ୍ୟକ୍ତିଗତ ଭାବରେ ସାମିଲ ହେବାକୁ ପଡ଼ିବ। ସେ ଏହା ମଧ୍ୟ କହିଥିଲେ ଯେ, ସେ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ପରବର୍ତ୍ତୀ ନେତା ଭାବରେ ଗ୍ରହଣ କରିବେ ନାହିଁ। ହେଲେ ଏହାରି ମଧ୍ୟରେ ଶୁକ୍ରବାର ଟ୍ରମ୍ପ, ଆତ୍ମସମର୍ପଣ ପାଇଁ ସାର୍ବଜନୀନ ଭାବରେ ଅପିଲ କରିଛନ୍ତି।

ଫେବ୍ରୁଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ସାମରିକ ଆକ୍ରମଣ କରିବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏଥିରେ ଖାମେନି ଏବଂ ଅନେକ ବରିଷ୍ଠ ଅଧିକାରୀ ନିହତ ହୋଇଥିଲେ। ଇରାନ ଇସ୍ରାଏଲ ଏବଂ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଫଳରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା।