ଚାଷୀଙ୍କ ଠାରୁ ଠିକ୍‌ ସମୟରେ ଧାନ ଉଠିବ, ଯିଏ ପାଇନଥିବେ ଟୋକନ, ତୁରନ୍ତ ପାଇବେ

NEWS7
17-kg-gold-and-five-lakhs-of-rupees-loot-cctv-footage-surfaced

ଭୁବନେଶ୍ୱର ୧୫।୧୨ : ଚାଷୀଙ୍କ ଠାରୁ ଠିକ୍ ସମୟରେ ଧାନ ଉଠାଇବେ ସରକାର । ଏହାପରେ ବଳକା ଧାନ ଖୋଲା ବଜାରରେ ବିକି ପାରିବେ ଚାଷୀ । ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ବରଗଡ଼ରେ ସର୍ବାଧିକ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ସେହିଭଳି ବଲାଙ୍ଗୀର ୯୬ ହଜାର, କଳାହାଣ୍ଡି ୭ ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଲପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍ ଏବଂ ସୁବର୍ଣ୍ଣପୁରରେ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଏଯାବତ୍ ମୋଟ୍ ୧ ଲକ୍ଷ ୨୫ ହଜାର ୪୩୯ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଧାନ କିଣା ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଜିଲ୍ଲାୱାରୀ DLPC କମିଟିରେ ନିଷ୍ପତ୍ତି ହୋଉଛି ।