LIVE TV
LIVE TV

ଆସୁଛି 'ଡବଲ ବାତ୍ୟା' : ଏହି ଜାଗାରେ କରିବ ଲ୍ୟାଣ୍ଡଫଲ୍ ! ଆସିପାରେ ବଡ ବନ୍ୟା

NEWS7
17-accused-went-jail-who-threw-stone-medical-team-muradabad

ଭୁବନେଶ୍ୱର, ୨୭/୧୧: ଆସୁଛି ବାତ୍ୟା । ସୁ ସୁ ହୋଇ ବହିବ ପବନ । ଘର ଦ୍ୱାର ଭାଙ୍ଗିବ । ଯାହାକୁ ନେଇ ଛାନିଆ ହେଲେଣି ଉପକୂଳିଆବାସୀ । ତଳିଆ ଅଞ୍ଚଳର ଲୋକେ ମଧ୍ୟ ସମ୍ଭାବ୍ୟ ବନ୍ୟା ପାଇଁ ଡରରେ । ଶ୍ରୀଲଙ୍ଗା ସଂଲଗ୍ନ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ସୃଷ୍ଟି ପରେ କିଛି ଏମିତି ପରିସ୍ଥିତି ସୂଷ୍ଟି ହୋଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ତଥା ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଯାହା ଆସନ୍ତା୧୨ଘଣ୍ଟାରେ ଗଭୀର ଅବପାତର ରୂପ ନେବ । ଏହା ଘନୀଭୂତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ କିମ୍ବା ପଣ୍ଡିଚେରୀରେ ଲ୍ୟାଣ୍ଡଫଲ୍ କରିପାରେ । ଯାହାର ପ୍ରଭାବରେ ଡିସେମ୍ବରଯାଏଁ ତାମିଲନାଡୁରେ ବର୍ଷା ହେବ । ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହାର ସାମାନ୍ୟ ପ୍ରଭାବ ପଡିପାରେ ।

ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁର ଉପକୂଳିଆ ଲୋକେ ଛାନିଆ ହେଲେଣି । କାରଣ ବର୍ଷା ଏବଂ ପବନର ସମ୍ଭାବନା ଥିବାରୁ କ୍ଷୟକ୍ଷତି ହେବା ନେଇ ଆଶଙ୍କା ରହିଛି । ବର୍ଷା ହେଲେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ସେହିପରି ଇଣ୍ଡୋନେସିଆ ପାଖାପାଖି ଆଉ ଏକ ବାତ୍ୟା ସୃଷ୍ଟି ହୋଇଛି । ଯାହାର ନାଁ ଦିଆଯାଇଛି ସେନ୍ୟାର । କିନ୍ତୁ ଓଡିଶା ବା ଭାରତରେ ଏହାର ପ୍ରଭାବ ପଡିବନାହିଁ। କିଛି ପାଣିପାଗବିତ୍ ଭାରତରେ ଆଦୌ ପ୍ରଭାବ ପଡିବ ନାହିଁ ବୋଲି କହୁଛନ୍ତି । ଏବେ ନିକୋବର ଦ୍ୱୀପପୁଞ୍ଜରୁ୭୦୦କିମି ଏବଂ ଇଣ୍ଡୋନେସିଆରୁ୧୫୦କିମି ଦୂରରେ ଏହାରବଳୟସୃଷ୍ଟି ହୋଇଛି । କୁହାଯାଉଛି ଯେ, ଇଣ୍ଡୋନେସିଆ ଉପକୂଳରେ ସେନ୍ୟାର ସ୍ଥଳଭାଗ ଛୁଇଁପାରେ । ଗୁରୁବାର ଏହା ଅବପାତକୁ ଖସିଯିବାର ସମ୍ଭାବନା ଥିବା ଆଇଏମଡି ପୂର୍ବାନୁମାନ କରିଛି ।