#IRAN_WAR ନୂଆ ସୁପ୍ରିମ୍ ଲିଡର ମୋଜତବା ଖାମେନି ଗୁରୁତର, କଟାଯାଇଛି ଗୋଟିଏ ଗୋଡ଼...ଚାଲିଛି ଗୁପ୍ତ ଚିକିତ୍ସା

NEWS7
15-year-old-teenager-raped-with-8-year-old-girl

ତେହେରାନ, ୧୩ /୦୩: ଇରାନର ସୁପ୍ରିମ ଲିଡର ମୋଜତବା ଖାମେନିଙ୍କୁ ନେଇ ବଡ ଖବର । ଭଲ ନାହିଁ ସ୍ୱାସ୍ଥ୍ୟାବସ୍ଥା । କଟାଯାଇଛି ଗୋଟିଏ ଗୋଡ । କୋମାରେ ଅଛନ୍ତି ସେ । କିଛି ଏମିତି ଦାବି କରିଛନ୍ତି ୟୁରୋପର କିଛି ଗଣମାଧ୍ୟମ ।

ରିପୋର୍ଟ ଅନୁସାରେ, ଆୟତୁଲ୍ଲାହ ଖାମେନିଙ୍କ ଉତ୍ତରାଧିକାରୀ ତଥା ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସେ କୋମାରେ ଥିବା କିଛି ଗଣମାଧ୍ୟମ ଦାବି କରୁଛନ୍ତି । ତାଙ୍କର ଗୋଟିଏ ଗୋଡ ମଧ୍ୟ କାଟି ଦିଆଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ବ୍ରିଟିଶ୍ ଖବର କାଗଜ ଦି ସନ୍ ଏମିତି କିଛି ଦାବି କରିଛି ।

ଦି ସନ୍ ର ରିପୋର୍ଚ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ମୋଜତବାଙ୍କ ପ୍ରଥମ ସନ୍ଦେଶ ସାମ୍ୱାକୁ ଆସିଥିଲା । ଯେଉଁଥିରେ ସେ ଗଲଫ୍ ଦେଶରେ ଆକ୍ରମଣ ଜାରି ରଖିବେ ବୋଲି କହିଥିଲେ । ଏହାସହ ଷ୍ଟ୍ରେଟ୍ ଅପ୍ ହରମୋଜକୁ ଇରାନ ନିଜ କବଜାରେ ରଖିଥିବା ପ୍ରକାଶ କରିଥିଲେ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମୋଜତବାଙ୍କ ଅବସ୍ଥା ଗୁରୁତର ରହିଛି । ସେ କୋମାରେ ଅଛନ୍ତି । ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରାନର ସ୍ୱାସ୍ଥ୍ୟ ଏବଂ ଶିକ୍ଷାମନ୍ତ୍ରୀ ମହମ୍ମଦ ରଜା ଜପଗନ୍ଦିଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି । ,

ଏତତ୍ ବ୍ୟତୀତ ଦି ସନ୍ କହିଛି ଯେ, ମୋଜତବା ଇରାନର ସେନା ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କଡା ସୁରକ୍ଷା ବଳୟରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଗୋଟିଏ ଗୋଡ କଟା ଯାଇଛି । ଯକୃତରେ ଆଘାତ ଲାଗିଛି । ତଥାପି ସେ କେବେ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଫେବ୍ରୁଆରୀ ୨ରେ ହୋଇଥିବା ଆକ୍ରମଣରେ ତାଙ୍କୁ ଆଘାତ ଲାଗିଥିବା ଚର୍ଚ୍ଚା ହେଉଛି ।

ସୂତ୍ରାନୁସାରେ, ତାଙ୍କର ଗୋଟିଏ କିମ୍ବା ଦୁଇଟି ଗୋଡ କାଟି ଦିଆଯାଇଛି । ଯକୃତରେ ଭୟଙ୍କର ଆଘାତ ଲାଗିଛି । ଦୁଇଦିନ ପୂର୍ବରୁ ତାଙ୍କୁ ଇରାନ ରାଷ୍ଟ୍ରପତି ମସୁଦ ପେଜୋସ୍କିୟାନ ଭେଟିବାକୁ ଯାଇଥିଲେ । କେବଳ ବଛାବଛା ଲୋକ ହିଁ ମୋଜତବାଙ୍କୁ ଭେଟିବାକୁ ଯାଇପାରୁଥିବା ଦି ସନ୍ ନିଜ ରିପୋର୍ଟରେ ଦର୍ଶାଇଛି ।