ପୁଣି ଅଶାନ୍ତ ଧର୍ମଶାଳା, ଆକ୍ରମଣରେ ଅନେକ ବିଜେଡି କର୍ମୀ ଆହତ, ଗୁରୁତର SCB ଟ୍ରାନ୍ସଫର

NEWS7
ସ୍ନାନଯାତ୍ରା-ବେଳେ-ଅଲୌକିକ

ଚଣ୍ଡିଖୋଲ: ପୁଣି ଅଶାନ୍ତ ଧର୍ମଶାଳା। କିଛି ଦିନର ନିରବତା ପରେ ପୁଣି ଧର୍ମଶାଳା ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡ଼ି ନେତା ଓ କର୍ମୀଙ୍କୁ ଆକ୍ରମଣ ହୋଇଛି। କିଛି ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରି ଠାରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ବାସ ଭବନରେ ଆଜି ବିଜେଡ଼ି ସୋସିଆଲ ମିଡ଼ିଆ ଟିମର ସାଙ୍ଗଠନିକ ବୈଠକ ଚାଲୁ ଥିବା ବେଳେ କିଛି ଯୁବକ ଆସି ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷ ରେ ତିକ୍ତତା ଆରମ୍ଭ ହୋଇଥିଲା। ବିଜେଡି ର କର୍ମକର୍ତ୍ତା ଙ୍କୁ ଆକ୍ରମଣ କରିଥିଲେ। ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ଆକ୍ରମଣରେ ବହୁ ବିଜେଡ଼ି ନେତା ଓ କର୍ମୀ ଆହତ ହୋଇ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଘଟଣାସ୍ଥଳରେ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପହଞ୍ଚି ଆହତଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଧର୍ମଶାଳା ବିଧାୟକଙ୍କ ସମର୍ଥକ ମାନେ ଏହି କାଣ୍ଡ ଭିଆଇଛନ୍ତି। ଧର୍ମଶାଳା ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଆଇନଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡ଼ିଛି। ପୋଲିସ ପ୍ରଶାସନ ସଂପୂଣ୍ଣ ଫେଲ୍ ମାରିଛି। ଘଟଣାସ୍ଥଳରେ ଜେନାପୁର ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।