ଭାରତ ସେମି ଫାଇନାଲ୍ ଯିବାରୁ ପାକିସ୍ତାନରେ ଭାଙ୍ଗିଲା ଟିଭି, ଖୁବ୍ ଟ୍ରୋଲ ହେଲେ ମହମ୍ମଦ ଆମିର

NEWS7
ରାଉଲକେଲାରେ-ମେଡିକାଲ-କଲେଜକ

ନୂଆଦିଲ୍ଲୀ: ରବିବାର କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିଲା ଟି-୨୦ ବିଶ୍ଵକପ୍ ସୁପର-୮ର ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍। ଭାରତ ୫ ଓ୍ଵିକେଟରେ ଓ୍ଵେଷ୍ଟଇଣ୍ଡିଜକୁ ହରାଇ ଚତୁର୍ଥ ଦଳ ଭାବେ ସେମି ଫାଇନାଲରେ ପଞ୍ଚିଚିଛି। ଭାରତ ସେମିରେ ପ୍ରବେଶ କରିବା ମାତ୍ରେ ପାକିସ୍ତାନର କିଛି ପୂର୍ବତନ ଖେଳାଳି ଓ କ୍ରିକେଟ୍ ସମୀକ୍ଷକଙ୍କୁ ଉଚିତ୍ ଜବାବ ମିଳିଛି। ଭାରତ କଣ ସୁପର-୮ର ଗୋଟି ମ୍ୟାଚ୍ ହାରିଗଲା ଏହାକୁ ନେଇ ପାକିସ୍ତାନର କିଛି ପୂର୍ବତନ ଖେଳାଳି ଓ କ୍ରିକେଟ୍ ସମୀକ୍ଷକ ଭାରତୀୟ ଦଳର ପରିହାସ କରିଥିଲେ। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ଟିଭି ଶୋରେ କୁଟିଳ ଢଙ୍ଗରେ ଭାରତୀୟ ଦଳର ପହରିହାସ କରିଥିଲେ। ସେହି ସମୟରେ ମହମ୍ମଦ ଆମିର କହିଥିଲେ ଯେ, ପାକିସ୍ତାନ ସେମିରେ ପହଞ୍ଚିବ କି ନାହିଁ ଜଣା ନାହିଁ, କିନ୍ତୁ ଭାରତ ସେମି ଯିବ ନାହିଁ।

 

ଏବେ ଟିମ ଇଣ୍ଡିଆ ସଞ୍ଜୁ ସାମସନଙ୍କ ମ୍ୟାଚ୍ ବିଜୟୀ ଇନିଂସ ଜରିଆରେ ସେମିରେ ପ୍ରବେଶ କରିଛି। ଆଉ ଭାରତର ବିଜୟ ମହମ୍ମଦ ଆମିରଙ୍କ ପାଇଁ ଶକ୍ତ ଚାପୁଡ଼ା ପରି ହୋଇଛି। ତାଙ୍କର ବଡ଼ କୁହାଳିଆ ଗୁଣ ପାଇଁ ଏବେ ତାଙ୍କୁ ଥଟ୍ଟା ପରିହାସ କରୁଛନ୍ତି ଲୋକେ। କେବଳ ଏତିକି ନୁହେଁ, ଯେମିତି ଭାରତ ଓ୍ଵେଷ୍ଟଇଣ୍ଡିଜକୁ ପରାସ୍ତ କଲା ଏକ ପାକିସ୍ତାନୀ ଶୋର ହୋଷ୍ଟ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ରାଗରେ ଜର୍ଜରିତ ହୋଇ ଷ୍ଟୁଡିଓର ଟିଭି ସେଟ୍ ତଳେ କଚାଡ଼ି ଭାଙ୍ଗିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

 

ଜ୍ୟୋତିର୍ବିଦ ପାଲଟିଥିବା ମହମ୍ମଦ ଆମିର ଲୋକହସା

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ଦକ୍ଷିଣ ଆଫ୍ରିକାଠୁ ଭାରତର ପରାଜୟ ପରେ ଭାରତୀୟ ଦଳକୁ ଖୁବ୍ ସମାଲୋଚନା କରିଥିଲେ। ବଡ଼ କୁହାଳିଆ ଆମିର ଭବିଷ୍ୟତବାଣୀ କରିଥିଲେ ଯେ, ପାକିସ୍ତାନ ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରୁ କି ନ କରୁ, କିନ୍ତୁ ଭାରତ ସେମିରେ ପ୍ରବେଶ କରି ପାରିବ ନାହିଁ। ଆଉ ଗୋଟିଏ ସପ୍ତାହ ଭିତରେ ତାଙ୍କର ସବୁ ଡ୍ରାମା ଓ ଭବିଷ୍ୟତବାଣୀ ଭୁ୍ଲ୍ ପ୍ରମାଣିତ ହୋଇଛି। ଏବେ ଏକ୍ସରେ ୟୁଜର୍ସ ତାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି। କିଏ ତାଙ୍କୁ ଖୋଜୁଥିବା ବେଳେ କିଏ ତାଙ୍କ ନମ୍ବର ମାଗୁଛନ୍ତି। କିଛି ୟୁଜର୍ସ ମିମ୍ ସେୟାର କରୁଛନ୍ତି। ଆଉ କେହି ଲେଖିଛନ୍ତି ଅଣ୍ଡର ଗ୍ରାଉଣ୍ଡ ହେବାର ସମୟ ଆସି ଯାଇଛି।