ଏକାଠି ଭୋଜି କଲେ, ମଦ ପିଇଲେ ; ସକାଳୁ ମିଳିଲା ରକ୍ତାକ୍ତ ମୃତଦେହ

NEWS7
ରଣପୁର-ଭୁବନେଶ୍ୱର-ବସରୁ-ଅପହ

ବଲାଙ୍ଗୀର ୧୪।୦୩ : ବଲାଙ୍ଗୀର ସଦର ଥାନା ନିର୍ବଚନ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଇଟାରେ ପିଟି ପିଟି ଜଣେ ଯୁବକଙ୍କ ନିର୍ମମ ଭାବେ ହତ୍ୟା କରାଯାଇଛି । ଗାଁ ଚାଷ ଜମିରୁ ମିଳିଲା ରକ୍ତାକ୍ତ ମୃତଦେହ । ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ସଂପର୍କରେ କୌଣସି ସୂଚନା ମିଳିନଥିବା ବେଳେ ମୃତ ଯୁବକଙ୍କ ନାମ ଦୀପକ ନାଏକ ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:-Crime: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଅଚାନକ ଆସିଲେ ଲୋକଙ୍କୁ ହାଣି ଚାଲିଲେ

ମିଳିଥିବା ଖବର ଅନୁସାରେ, ଶୁକ୍ରବାର ରାତିରେ କିଛି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ ଦୀପକ। ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ ଦୀପକ । ଯାହାଫଳରେ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ । ତାପରେ ବି ଦୀପକଙ୍କ କୌଣସି ପତ୍ତା ମିଳିନଥିଲା । ଶନିବାର ସକାଳୁ ଗାଁ ପାଖ ଚାଷ ଜମିରେ ଦୀପକଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶି୍ୱକ ସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଯେଉଁଠାରେ କି ଡାକ୍ତର ଉକ୍ତ ଯୁବକଙ୍କ ମୃତ ଘୋଷଣା କରିଛନ୍ତି ।

ଏ ଖବର ବି ପଢନ୍ତୁ:- ଭାଇ ଭାଗ ଛିଣ୍ଡିଲାନି : ବଡ଼ ଭାଇ ସହ ମା’ଙ୍କୁ ମାରିଦେଲା ଅଭିଯୁକ୍ତ ସାନ ଭାଇ

ସେପଟେ କିଛି ଗ୍ରାମବାସୀଙ୍କ ମତରେ, ମନ୍ଦିର ସମ୍ମୁଖରେ ବସି ସମସ୍ତ ମଦ ପିଉଥିଲେ । ପରେ ଚାଷ ଜମିରୁ ମୃତଦେହ ମିଳିଛି । ତେଣୁ ମଦ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଇପାରେ । ଆଗକୁ ପୋଲିସ ତଦନ୍ତରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।