ଗାଜିଆବାଦରେ ଚାଞ୍ଚଲ୍ୟ, ବାପା ମାଆ ଆକଟ କଲେ ବୋଲି ଡକାଡକି ହୋଇ ଚାଲିଗଲେ ୩ ଭଉଣୀ

NEWS7
ଯୌତୁକ-ଜୁଇରେ-ପୁଣି-ଜଣେ-ବୋହୁ

ଉତ୍ତରପ୍ରଦେଶ ୦୪/୦୨: ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲେ ୩ ଭଉଣୀ । ଉତ୍ତର ପ୍ରଦେଶ ଗାଜିଆବାଦରେ ଜୀବନ ହାରିଲେ ୩ ନାବାଳିକା ଭଉଣୀ । ଆପାର୍ଟମେଣ୍ଟର ନବମ ମହଲାରୁ ଡେଇଁ ୩ ଭଉଣୀ ଜୀବନ ହାରିଲେ । ୧୨, ୧୪ ଓ ୧୬ ବର୍ଷୀୟା ୩ ଭଉଣୀଙ୍କ ଆତ୍ମହତ୍ୟା । ଅନଲାଇନ୍ ଗେମ୍‌କୁ ବାପା ମାଆ ଆକଟ କରିବାରୁ ଚରମ ପଦକ୍ଷେପ । କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ୩ ଜଣ ମାତିଥିଲେ । ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ଯାଉ ନଥିଲେ । ଯାହାକୁ ନେଇ ବାପା ମାଆ ଆକଟ କରିବାରୁ ଚରମ ପଦକ୍ଷେପ ନେଇଛନ୍ତି ।

ସୂଚନା ଥାଉକି, ତିନି ଭଉଣୀଙ୍କ ଆତ୍ମହତ୍ୟା ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦରେ ଆଲୋଡ଼ନ ସୃଷ୍ଟି କରିଛି । ତିଲା ମୋଡ୍ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଭାରତ ସିଟି ସୋସାଇଟିର ୯ମ ମହଲାରୁ ଡେଇଁ ପଡ଼ିଥିଲେ ତିନି ଜଣ ନାବାଳିକା ଭଉଣୀ । ଏହି ମାମଲାରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଓ ଡାଏରୀ ଜବତ ହୋଇଥିବା ଜଣାପଡ଼ିଛି। ନୋଟରେ, ତିନି ଭଉଣୀ ଲେଖିଛନ୍ତି, "ମାମା ପାପା ଆମେ ତୁମକୁ ଭଲପାଉ । ହେଲେ ଆମେ ଦୁଃଖିତ। ଡାଏରୀରେ ଏହା ମଧ୍ୟ ଲେଖା ଥିଲା, "ଓ୍ୱି ଲଭ୍ କୋରିଆନ୍ ଗେମ୍" ।

ପୋଲିସ ଉଭୟ ଜିନିଷପତ୍ର ଏବଂ ତିନି ଜଣଙ୍କ ମୋବାଇଲ୍ ଫୋନ୍‌କୁ ଫରେନସିକ୍ ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଅନୁଯାୟୀ, ମୋବାଇଲ୍ ଫୋନ୍ଗୁଡ଼ିକ ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ। ମୋବାଇଲ୍ ଫୋନ୍ଗୁଡ଼ିକ ଖୋଲା ହେବା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ। ମୃତ ଝିଅମାନଙ୍କ ବାପା ଚେତନ, ଜଣେ ଅନଲାଇନ୍ ବ୍ୟବସାୟୀ। ସେ ଦୁଇଟି ବିବାହ କରିଛନ୍ତି । ଗତ ତିନିରୁ ଚାରି ବର୍ଷ ଧରି ଭାରତ ସିଟି ସୋସାଇଟିରେ ତାଙ୍କ ଦୁଇ ସ୍ତ୍ରୀଙ୍କ ସହିତ ରହୁଛନ୍ତି।