Peter Schiff: ସଂକଟ ଆଡ଼କୁ ଅଗ୍ରସର ହେଉଛି ଆମେରିକା; ଡଲାରର ଜାଗା ନେବ ସୁନା, ଅର୍ଥନୀତିଜ୍ଞ କହିଲେ, ଟ୍ରମ୍ପ କିଛି ଜାଣୁ ନାହାନ୍ତି, ସ୍ଥିତି ଭୟଙ୍କର ହେବ

NEWS7
ଭୟଙ୍କର-ତୋଫାନ

ନୂଆଦିଲ୍ଲୀ: ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ପିଟର ସ୍କିଫ୍ ଏକ ବଡ଼ ଆର୍ଥିକ ସଙ୍କଟ ବିଷୟରେ ଚେତାବନୀ ଦେଇଛନ୍ତି। ସ୍କିଫ୍ କହିଛନ୍ତି ଯେ ଆମେ ଏପରି ଏକ ଆର୍ଥିକ ସଙ୍କଟ ଆଡ଼କୁ ଅଗ୍ରସର ହେଉଛୁ, ଯାହା ଆଗରେ ୨୦୦୮ ମସିହାର ମାନ୍ଦାବସ୍ଥା ବି ପିଲା ଖେଳ ପରି ମନେ ହେବ। ଆମେରିକୀୟ ଡଲାର ଭୁଶୁଡ଼ି ପଡ଼ିବ, ଏହାର ସ୍ଥାନର ସୁନା ରାଜ୍ କରିବ ବୋଲି ସ୍କିଫ୍ କହିଛନ୍ତି।

ପିଟର ସ୍କିଫଙ୍କ ଅନୁଯାୟୀ, ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରୁଛନ୍ତି। ସେମାନେ ସେମାନଙ୍କର ସୁନା ଭଣ୍ଡାର ବୃଦ୍ଧି କରୁଛନ୍ତି। ତେଣୁ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସ୍କିଫ୍ କହିଛନ୍ତି।

ବର୍ତ୍ତମାନର ମାର୍କେଟ୍ ଗତିକୁ ଦେଖିଲେ ସ୍କିଫ୍‌ଙ୍କୁ ଭବିଷ୍ୟବାଣୀ ସତ ହେବା ପରି ମନେ ହେଉଛି। ବିଶ୍ୱ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟୁଛି। ୨୦୨୫ ମସିହାରେ ସୁନା ୭୫% ଏବଂ ରୁପା ୧୬୭% ବୃଦ୍ଧି ପାଇବାର ଆଶା କରାଯାଉଛି।

୨୦୦୮ ମାନ୍ଦାବସ୍ଥା ଠାରୁଭିନ୍ନ ହେବ ସଂକଟ,ଆମେରିକା ଉପରେ ଫୋକସ

ସ୍କିଫ୍ କହିଛନ୍ତି ଯେ ଆଗାମୀ ସଙ୍କଟ ୨୦୦୮ର ସଙ୍କଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ପୂର୍ବ ସଙ୍କଟ ସାରା ବିଶ୍ୱରେ ବ୍ୟାପିଥିଲା, କିନ୍ତୁ ଏହି ସଙ୍କଟ ଆମେରିକା ମଧ୍ୟରେ କେନ୍ଦ୍ରିତ ରହିବ। ୨୦୦୮ ମସିହାର ସଙ୍କଟ ଆମେରିକାର ହାଉସିଂ ମାର୍କେଟର ପତନ ଯୋଗୁ ଆରମ୍ଭ ହୋଇଥିଲା, ସେତେବେଳେ ବହୁ ସଂଖ୍ୟାରେ ଲୋକ ସେମାନଙ୍କର ଗୃହ ଋଣ ପରିଶୋଧ କରିବା ବନ୍ଦ କରିଦେଇଥିଲେ। ଏହା ସମଗ୍ର ବିଶ୍ୱର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା ଏବଂ ୧୯୩୦ ଦଶକର ମହାମାରୀ ପରେ ଏହା ସବୁଠାରୁ ବଡ଼ ବିଶ୍ୱ ଅର୍ଥନୈତିକ ସଙ୍କଟ ପାଲଟିଥିଲା।

ପଢନ୍ତୁ- india-us trade deal: ସତରେ କ’ଣ ଟ୍ରମ୍ପଙ୍କ ସର୍ତ୍ତରେ ରାଜି ହୋଇଗଲା ଭାରତ?ବାଣିଜ୍ୟ ଚୁକ୍ତିରେ ସାଲିସ୍ କରି ନାହାନ୍ତି ତ ମୋଦୀ ସରକାର?ଆଉ ୫ ଦିନ ପରେ ଖୁଲାସା!

ସରକାରୀ ତଥ୍ୟ ଠିକ୍ ନୁହେଁ, ସୁନା ଦେଖାଉଛି ପ୍ରକୃତ ସ୍ଥିତି

ଆମେରିକାର ଅର୍ଥନୀତି ବହୁତ ମଜବୁତ ବୋଲି ଟ୍ରମ୍ପ ସରକାରଙ୍କ ଦାବି କରୁଥିବା ବେଳେ ପିଟର ସ୍କିଫ୍ କିନ୍ତୁ ଏହାକୁ ଖାରଜ କରିଛନ୍ତି। ଦୁର୍ଭାଗ୍ୟବଶତଃ ଏହି ସଂଖ୍ୟା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସରକାରୀ ଆକଳନ ବହୁତ ଅଧିକ ବୁଲାଇ ବଙ୍କାଇ କୁହାଯାଇଛି। ଏଥିରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଏହା ଉପରେ ମହଙ୍ଗା ବଜାର ବହୁତ ପ୍ରଭାବ ପଡ଼ୁଛି। ଆଗାମୀ ବର୍ଷଗୁଡ଼ିକରେ ମୁଦ୍ରାସ୍ଫୀତି ବାଇଡେନଙ୍କ ସରକାର ସମୟରେ ମହଙ୍ଗା ସ୍ଥିତି ଠାରୁ ବଳିଯିବ ବୋଲି ସ୍କିଫ କହିଛନ୍ତି। ସୁନାର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ଆଗକୁ ବଡ଼ ସଂକଟରେ ସୂଚନା ମିଳୁଛି। ହୁଏତ ଆମେରିକାରେ ଏହି ସଂକଟ ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ଆସନ୍ତା ସପ୍ତାହରେ ଦେଖିବାକୁ ମିଳିବ। ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣୁଛନ୍ତି ଓ ଡଲାରରୁ ନିଜକୁ ମୁକ୍ତ କରୁଛନ୍ତି। ସେମାନେ ଆମେରିକାର ଟ୍ରେଜେରୀ (ସରକାରୀ ବଣ୍ଡ) ବିକ୍ରି କରୁଛନ୍ତି।

ଟ୍ରମ୍ପଙ୍କୁ ଆଇନା ଦେଖାଇଲେ ଆମେରିକା ଅର୍ଥଶାସ୍ତ୍ରୀ

ଟ୍ରମ୍ପ ଆମେରିକାକୁ ବାରମ୍ବାର ଶକ୍ତିଶାଳୀ ଅର୍ଥନୀତି କହିବା ସହିତ ଅନ୍ୟ ଦେଶମାନଙ୍କୁ ସବୁବେଳେ ଡରାଇ ଆସୁଛନ୍ତି। ୟୁରୋପ, କାନାଡ଼ା ଭଳି ଦେଶ କୁଆଡ଼େ ଆମେରିକା ସହଯୋଗରେ ଚାଲୁଛନ୍ତି ବୋଲି ଟ୍ରମ୍ପ ଦାବି କରୁଛନ୍ତି। ହେଲେ ସ୍କିଫ୍ ପରୋକ୍ଷରେ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି ଆମେ ଦୁନିଆ ଉପରେ ନିର୍ଭର କରୁଛୁ। ସେମାନେ ଆମକୁ ଏପରି ଜିନିଷ ଦିଅନ୍ତି ଯାହା ଆମେ ଉତ୍ପାଦନ କରୁ ନାହୁଁ। ଟ୍ରମ୍ପ ଏହାକୁ ଓଲଟା ବୁଝନ୍ତି। ବିଶ୍ୱର ଅର୍ଥନୀତି ଆମ ଯୋଗୁ ଚାଲେ ନାହିଁ, ବରଂ ଆମ ଅର୍ଥ ବ୍ୟବସ୍ଥା ଦୁନିଆ ପାଇଁ ଚାଲୁଛି। ଡଲାରର ରିଜର୍ଭ କରେନ୍ସି ସ୍ଥିତି ଉପରେ ନିର୍ଭର କରୁଥିବା ଆମର କ୍ରେଡିଟ୍-ଭିତ୍ତିକ ଅର୍ଥନୀତି ଭାଙ୍ଗି ପଡ଼ିଛି। ଡଲାର ଖୁବ୍ଶୀଘ୍ର ଧରାସାୟୀ ହେବ ଏବଂ ଏହାର ସ୍ଥାନ ସୁନା ନେଇଯିବ।

ଲୋକମାନେ ଅନାବଶ୍ୟକ ଭୟ ସୃଷ୍ଟି କରୁଛନ୍ତି,ବିଦେଶୀ ନିବେଶ ରେକର୍ଡ ସ୍ତରରେ ଅଛି

ତଥାପି, ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ, ଆମେରିକୀୟ ଅର୍ଥନୀତିର ଦାବିକୁ ଖଣ୍ଡନ କରିଛନ୍ତି। ଏବଂ କହିଛନ୍ତି ଯେ ଆମେରିକାର ଟ୍ରେଜେରୀ ସିକ୍ୟୁରିଟିଜ୍ର ବିଦେଶୀ ହୋଲ୍ଡିଂ ସମ୍ପ୍ରତି ରେକର୍ଡ ଉଚ୍ଚତାରେ ପହଞ୍ଚିଛି। ବିଜନେଶ ଲିଡର୍ସମାନେ ନିବେଶ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମେରିକାରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ କିଛି ଲୋକ ବୃଥାରେ ଏହି ଭବିଷ୍ୟବାଣୀ କରିଆସୁଛନ୍ତି। ଆମେରିକୀୟମାନେ ମୁଦ୍ରାସ୍ଫୀତି ହ୍ରାସ ଏବଂ ଜିଡିପି ଅଭିବୃଦ୍ଧି ତ୍ୱରାନ୍ୱିତ ହେବାର ନିଜେ ଦେଖିଛନ୍ତି ବୋଲି ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ କହିଛନ୍ତି।

ପିଟର ସ୍କିଫ୍ ୨୦୦୮ ବିଷୟରେ ତାଙ୍କର ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ

ପିଟର ସ୍କିଫ୍ ଜଣେ ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ୟୁରୋ ପାସିଫିକ୍ ଆସେଟ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା। ସେ ୨୦୦୮ ଆର୍ଥିକ ସଙ୍କଟର ସଠିକ୍ ପୂର୍ବାନୁମାନ କରିଥିଲେ। ଏଥିପାଇଁ ତାଙ୍କର ଖୁବ୍ ପରିଚୟ ରହିଛି। ସ୍କିଫ୍ ସବୁବେଳେ ମୂଲ୍ୟବାନ ଧାତୁଗୁଡ଼ିକୁ ଏକ ସୁରକ୍ଷିତ- ନିବେଶ ବିକଳ୍ପ ଭାବରେ ଦେଖୁଛନ୍ତି। ତେଣୁ ସୁନା ଓ ରୁପାରେ ନିବେଶ ପାଇଁ ସେ ସବୁବେଳେ ପରାମର୍ଶ ଦେଇଥାନ୍ତି।