କେଜରିୱାଲ ନିର୍ଦ୍ଦୋଷରେ ମୁକ୍ତ ହେବା ପରେ ନ୍ୟାୟପାଳିକାଙ୍କୁ ଉଚ୍ଚ ପ୍ରଶଂସା କଲେ ଆନ୍ନା ହଜାରେ

NEWS7
ଗ୍ୟଙ୍ଗଷ୍ଟାର-ଟିଟୋର-ପେଟ୍ରୋ

ନୂଆଦିଲ୍ଲୀ ୨୭।୨: ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିୱାଲଙ୍କୁ ଏକ୍ସାଇଜ ପଲିସି ମାମଲାରେ କୋର୍ଟ ଦ୍ୱାରା ମୁକ୍ତ କରାଯିବା ନିଷ୍ପତ୍ତିକୁ ସମ୍ମାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶ ମଜଭୁତ ନ୍ୟାୟପାଳିକା ଯୋଗୁ ସୂଚାରୁ କାର୍ଯ୍ୟ କରିପାରୁଛି। ଅନ୍ୟଥା ସମାଜରେ ବିଶୃଙ୍ଖଳା ଓ ଅଶାନ୍ତି ଲାଗି ରହିଥାନ୍ତା। ଯେତେବେଳେ କୋର୍ଟ ଏହା ସ୍ପଷ୍ଟ କରିଦେଇଛନ୍ତି ଅରବିନ୍ଦ କେଜରିୱାଲଙ୍କ କୌଣସି ଦୋଷ ନାହିଁ ଏହାକୁ ମାନିନେବା ଉଚିତ ବୋଲି ଆନ୍ନା କହିଛନ୍ତି।

ଆନ୍ନା ହଜାରେ କହିଛନ୍ତି ଆମ ଦେଶ ନିଜର ନ୍ୟାୟପାଳିକା ଓ ସୁରକ୍ଷା ତନ୍ତ୍ରର ବଳ ଉପରେ ନିର୍ଭର। ଏଣୁ ବିଭିନ୍ନ ରାଜନୈତିକ ଦଳ, ଜାତି, ଧର୍ମ ଓ ସମୂଦାୟ ଥାଇ ମଧ୍ୟ ନ୍ୟାୟପାଳିକା ଯୋଗୁ ଦେଶ ସହଜରେ ସଞ୍ଚାଳିତ ହୋଇ ପାରୁଛି। ଏହା ବିନା ସମାଜରେ ବିଶୃଙ୍ଖଳା ଓ ଅଶାନ୍ତିର ପରିବେଶ ଥାଆନ୍ତା। ଏବେ ଅରବିନ୍ଦ କେଜରିୱାଲ ନିର୍ଦ୍ଦେଷ ସାବ୍ୟସ୍ତ ହୋଇଛନ୍ତି। ଏଣୁ ତାଙ୍କୁ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। କୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ମାନିନେବା ଉଚିତ।

କୋର୍ଟ ଅରବିନ୍ଦ କେଜରିୱାଲ, ମନିଷ ସିସୋଦିଆ ଓ ୨୧ ଅନ୍ୟ ବ୍ୟକ୍ତିଙ୍କୁ ରାଜନୈତିକ ରୂପେ ସମ୍ବେଦନଶୀଳ ଏକ୍ସାଇଜ ପଲିସି ମାମଲାରେ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। କାରଣ ସିବିଆଇ ଏହି ମାମଲାରେ କୌଣସି ମଜଭୁତ ଷଡ଼ଯନ୍ତ୍ର ଅଥବା ଅପରାଧିକ ଉଦ୍ଦେଶ୍ୟ ସାବ୍ୟସ୍ତ କରିବାରେ ବିଫଳ ହୋଇଛି। ଏହି ମାମଲାରେ ତେଲେଙ୍ଗାନା ଜାଗୃତିର ଅଧ୍ୟକ୍ଷା କେ. କବିତା ମଧ୍ୟ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି।

Also Read..

liquor policy case: ଅର୍ଥନୀତି ଉପରେ କୌଣସି ଜ୍ଞାନ ନାହିଁ, ସିବିଆଇକୁ କଡ଼ା ସମାଲୋଚନା କଲେ କୋର୍ଟ