ଯୁବକଙ୍କୁ ଛୁରି ଭୁଶି ହତ୍ୟା, ବର୍ଷେ ତଳେ ଜେଲରୁ ବାହାରିଥିଲେ

Published By : Prameya-News7 Bureau | June 14, 2025 IST

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା l ମୃତ ଯୁବକ ଜଣକ ହେଉଛନ୍ତି କଲିମ ବେଗ l କଲିମ ପୂର୍ବରୁ ଏକ ହତ୍ୟା ଘଟଣାରେ ଜେଲରେ ଥିଲେ l ଆଉ ବର୍ଷେ ତଳେ ଜେଲରୁ ବାହାରିଥିଲେ l

ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୭ ଟା ସମୟରେ କୁମ୍ଭାରପଡ଼ାଠାରେ ତାଙ୍କ ସାଙ୍ଗମାନଙ୍କ ସହ ବସିଥିଲେ l ଏହି ସମୟରେ ନାନୁ ନାମକ ମାୟାବଗିଚାର ଜଣେ ଯୁବକ କଲିମଙ୍କ ପାଖକୁ ଆସି ହଠାତ ଛୁରି ତାଙ୍କ ଛାତିରେ ଭୁଶି ଦେଇଥିଲା l

ଏଥିରେ କଲିମ ଗୁରୁତର ଆହତ ହୋଇଥିଲେ l ସେପଟେ ନାନୁ ଛୁରି ଭୁଶି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା l କଲିମକୁ ତୁରନ୍ତ ମେଡିକାଲ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ଘଟଣାର ଖବର ପାଇ ପୋଲିସ ମେଡିକାଲକୁ ପହଞ୍ଚି ଶବକୁ ଜବତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.