ଯୌନ ପିପାସୁ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ

Published By : Prameya-News7 Bureau | August 21, 2025 IST

ବାଲିପାଟଣା: ଯୌନ ପିପାସୁ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ । କାରାଦଣ୍ଡ ଶୁଣାଇଲେ ଭୁବନେଶ୍ଵର ସ୍ପେଶାଲ ପୋକ୍ସୋ କୋର୍ଟ। । ଗତ ୨୦୨୨ ଜାନୁଆରୀ ୧୪ ତାରିଖରେ ବାଲିପାଟଣା ଥାନା ଗୁଆପୁର ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା। ଏନେଇ ବାଲିପାଟଣା ଥାନାରେ ନାବାଳିକା ପରିବାର ପକ୍ଷରୁ ଅଭିଯୋଗ ପରେ ତତ୍କାଳୀନ ଥାନା ଅଧିକାରୀ କୃପାସିନ୍ଧୁ ବରାଡ ପୋକ୍ସୋ ଧାରା ୬ ସହିତ ଆଇ.ପି.ସି ୩୭୬(୨), (ଏମ)/୩୭୬-ଏବି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗୁଆପୁର ଗ୍ରାମର ବିଶ୍ଵଜିତ୍ ସେଠୀକୁ ଗିରଫ କରିଥିଲେ । 

ଥାନା ଅଧିକାରୀ କୃପାସିନ୍ଧୁ ବରାଡ ମାମଲାର ତଦନ୍ତ କରିବା ସହ ଚାର୍ଜ ସିଟ୍ ମାନ୍ୟବର କୋର୍ଟରେ ଦାଖଲ କରିଥିଲେ । ମାମଲାରେ ମାନ୍ୟବର କୋର୍ଟ ୧୬ ଜଣଙ୍କ  ସାଖୀ, ୬୦ ଗୋଟି ପ୍ରଜୁଜ୍ୟ ଦସ୍ତାବିଜ୍ ଆଧାରରେ ଅଭିଯୁକ୍ତ ବିଶ୍ଵଜିତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ତିନି ମାସ କାରାଦଣ୍ଡ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.