‘ କୌଣସି ବ୍ୟକ୍ତି ନିଜ ପିଲାର ନାଁ ତୈମୂର ରଖିବା ଉଚିତ୍‌ ନୁହେଁ ‘ : ଏମିତି କାହିଁକି କହିଲେ ବିବେକ ଅଗ୍ନିହୋତ୍ରୀ

Published By : Prameya-News7 Bureau | August 21, 2025 IST

ମୁମ୍ୱାଇ : ବିବେକ ଅଗ୍ନିହୋତ୍ରୀଙ୍କ ଅପକମିଂ ଫିଲ୍ମ ‘ ବେଙ୍ଗଲ ଫାଇଲ୍ସ’ର ଟ୍ରେଲରରେ ଜଣେ ପିଲା ନାଁ ତୈମୂର ଥିବା ଦେଖିବାକୁ ମିଳିଛି। ଲୋକେ ଅନୁମାନ କରୁଛନ୍ତି ଯେ, ଫିଲ୍ମରେ ସୈଫ୍ ଓ କରିନାଙ୍କ ପୁଅଙ୍କ ଆଡ଼କୁ ଇଙ୍ଗିତ କରାଯାଇଛି। ଏକ ଇଣ୍ଟରଭ୍ୟୁରେ ବିବେକ ଅଗ୍ନିହୋତ୍ରୀ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି – କାହିଁକି , ଆଉ କିଏ ନିଜ ପିଲାର ନାଁ ତୈମୂର ରଖିବା ଉଚିତ୍‌ ନୁହେଁ।

ବିବେକ ଅଗ୍ନିହୋତ୍ରୀ ଆରଜେ ରୋନକଙ୍କ ଶୋ’ରେ ବସି ଥିଲେ। ତାଙ୍କୁ ସେତେବେଳେ ପଚରା ଯାଇଥିଲା ଯେ, ଫିଲ୍ମର ଟ୍ରେଲରରେ ତୈମୂରଙ୍କ ରେଫରେନ୍ସ  ଦିଆ ଯାଇଛି। ଏହା କଣ ସୈଫ ଓ କରିନାଙ୍କ ପୁଅଙ୍କ ଆଡ଼କୁ ଇସାରା କି? ଏହା ଉପରେ ବିବେକ ଜବାବ ଦେଇଛନ୍ତି, ବହୁତ ଲୋକଙ୍କ ପିଲାର ନାଁ ତୈମୂର। ସୈଫ ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏକି ନିଜ ପୁଅର ନାଁ ତୈମୂର ରଖିଛନ୍ତି। ମୁଁ ଯେତେବେଳେ ‘ ତାସକେଣ୍ଟ ଫାଇଲ୍ସ’ ର ଶୁଟିଂ ସମରକନ୍ଦରେ କରୁଥିଲି, ତ ମୁଁ ତୈମୂରଙ୍କ ସମାଧି ନିକଟକୁ ଯାଇଥିଲି। ଏହାର ବାହାରେ ଲେଖା ଥିଲା , ସେ ଦୁନିଆର ସବୁଠୁ ଧନୀ ସୁଲତାନଙ୍କ ଉପରେ ବିଜୟ ହାସଲ କରିଥିଲେ। ସେ ଦିଲ୍ଲୀର ସଲତନ ଥିଲେ। ସେହି ଲୋକମାନେ ତାଙ୍କୁ ସୁଲତାନ ଉପାଧି ଦେବାକୁ ଚାହୁଁ ଥିଲେ , କିନ୍ତୁ ତୈମୂର ମନା କରି ଦେଇ ଥିଲେ ଏବଂ କହି ଥିଲେ, ସେ ଯେପର୍ଯ୍ୟନ୍ତ ଦିଲ୍ଲୀକୁ ଜିତିବେ ନାହିଁ ଏହି ଉପାଧି ଗ୍ରହଣ କରିବେ ନାହିଁ। 

ବିବେକ ଆହୁରି କହିଛନ୍ତି , ସେ ଗୋଟିଏ ରାତିରେ ଲକ୍ଷେ ଲୋକଙ୍କୁ ହତ୍ୟା କରି ଦେଇ ଥିଲେ। ସେ ଦିଲ୍ଲୀରୁ କାଶ୍ମୀର ଯାଏ ମୃତଦେହ ବିଛାଇ ଦେଇ ଥିଲେ। ସେ ଦୁଷ୍କର୍ମ ଓ ଲୁଟପାତ୍‌ କରି ଚାଲି ଥିଲେ। ସେ ନିଜ ଦେଶରେ ହିରୋ ,ଜଣେ ମହାନ ବ୍ୟକ୍ତି , କିନ୍ତୁ ଆମ ପାଇଁ ନୁହେଁ । କହିବା କଥା ହେଲା କୌଣସି ବ୍ୟକ୍ତିଙ୍କୁ ନିଜ ପିଲାର ନାଁ ତୈମୂର ରଖିବା ଉଚିତ୍‌ ନୁହେଁ। ପ୍ରଶ୍ନ ହିଁ ଉଠୁ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.