ଗୋପାଳପୁରରେ ପୁଣି ଲଜ୍ଜା, ଅନ୍ଧାର ଦେଖି ମହିଳାଙ୍କୁ ପଛପଟୁ ମାଡିବସିଲେ ଯୁବକ

Published By : Prameya-News7 Bureau | June 21, 2025 IST

ବ୍ରହ୍ମପୁର ୨୧।୬: ଗୋପାଳପୁର ବେଳାଭୂମୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର କିଛି ଦିନ ପରେ ପୁଣି ସେହି ଗୋପାଳପୁରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ବିବାହିତା ମହିଳାଙ୍କୁ ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଦିଗିପୁର ରାସ୍ତାରେ ଗୁରୁବାର ସନ୍ଧ୍ୟା ସମୟରେ ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦିଗିପୁର ଗ୍ରାମର ଜଣେ ବିବାହିତ ମହିଳା ଗୋପାଳପୁର ଠାରୁ ନିଜ ଗ୍ରାମକୁ ସାଇକେଲରେ ଯାଉଥିବା ବେଳେ ଏକ ଘରୋଇ ସ୍କୁଲ ନିକଟରେ ଜଣେ ଅଜଣା ଯୁବକ ଅନ୍ଧାର ଦେଖି ମହିଳାଙ୍କୁ ପଛପଟୁ ମାଡିବସିଥିଲେ । ଉକ୍ତ ଯୁବକଙ୍କ କବଳରୁ ଖସିଯାଇ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।  ଲୋକଙ୍କୁ ଦେଖି ଯୁବକ ଜଣକ ବାଇକ୍‌କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ । ଏ ନେଇ ମହିଳା ଜଣଙ୍କ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଯୁବକ ଜଣଙ୍କ ଛାଡ଼ି ଯାଇଥିବା ବାଇକ୍‌କୁ ଜବତ କରିଥିବା ପୋଲିସ କହିଛି । ଏହାସହ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ପୋଲିସ କହିଛି । ବାଇକ୍‌ର କାଗଜପତ୍ର ଯାଞ୍ଚ କରି ଗାଡ଼ି ମାଲିକକୁ ଖୋଜାଖୋଜି କରୁଛି ପୋଲିସ ।

You Can Read:

ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.