ରାଉରକେଲା।ମାଲକାନଗିରି ୧।୬: ଆଇଇଡି ବ୍ଲାଷ୍ଟରେ ପ୍ରାଣ ହରାଇଲେ ଜଣେ ଯୁବକ । ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ଛୋଟା ନାଗରା ଥାନା ବଲିଆ ଜଙ୍ଗଲରେ ଶନିବାର ଆଇଇଡି ବ୍ଲାଷ୍ଟ ହୋଇଥିଲା । ଆଇଇଡି ବ୍ଲାଷ୍ଟରେ ଜଣେ ସ୍ଥାନୀୟ ଯୁବକ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କର ଘଟିଛି ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ ସାହୁ ବାର୍ଯୋ । ଯବାନଙ୍କୁ ଟାର୍ଗେଟ୍ କରି ଆଇଇଡି ପୋତା ଯାଇଥିଲା । ସାହୁ ବାର୍ଯୋ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲ । ଫଳରେ ସେ ଗୁରୁତର ହୋଇଥିଲେ ।
ସେପଟେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିବା ୧୦ଟି ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ । ଅବୁଝମାଡ ଜଙ୍ଗଲରେ ମାଓ ଦମନ ଲାଗି ଲଗାତାର ଭାବେ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଜାରି ରହିଛି । ଜବାନଙ୍କୁ ଟାର୍ଗେଟ୍ କରି ନକ୍ସଲ ମାନେ ଜଙ୍ଗଲ ଭିତରେ ଅନେକ ଲ୍ୟାଣ୍ଡମାଇନ ଲଗାଇଥିଲେ । ହେଲେ ଅପରେସନ ବେଳେ ଯବାନ ମାନେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ୧୦ଟି ଆଇଇଡି ବୋମାକୁ ଠାବ କରିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଦଳ ଏହାକୁ ଉଦ୍ଧାର କରି ଅତି ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି ।
ସେହିଭଳି ବିଜାପୁର ଜିଲ୍ଲାର କୁତୁଲ ଜଙ୍ଗଲରେ ମଧ୍ୟ ମାଓବାଦୀଙ୍କ ଆଇଇଡି ଠାବ ହୋଇଛି । ସେଠାରେ ମଧ୍ୟ ସୁରକ୍ଷାକର୍ମୀ ମାଓ ବିରୋଧୀ ଅପରେସନରେ ଯାଇଥିବା ବେଳେ ଦୁଇଟି ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ଜବାନ ମାନେ ଏହାକୁ ଉଦ୍ଧାର କରି ନିଷ୍ଟ୍ରିୟ କରିଛନ୍ତି । ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।
You Can Read:
ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ସଂକ୍ରମିତ, ୧୧କୁ ବୃଦ୍ଧି ପାଇଲା ମୋଟ୍ ସଂଖ୍ୟା