ବିଚ୍ ରାସ୍ତାରେ ଭୁଜାଲି ମାଡ଼, ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 02, 2025 IST

ବାରିପଦା ୦୨।୦୭ : ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଅଭାବନୀୟ ଘଟଣା । ଷ୍ଟେସନ ବଜାର ସ୍ଥିତ ମଦ ଦୋକାନ କର୍ମଚାରୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ସ୍ଥିତି ଏପରି ହୋଇଥିଲା କି ବିଚ୍‌ ବଜାରରେ ଭୁଜାଲି ବୁଲାଇଥିଲେ ଦୁର୍ବୃତ୍ତ । ଯେଉଁଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବୁଧବାର ଦିନ ବାରିପଦା ଷ୍ଟେସନ ବଜାରରେ ଥିବା ଏକ ମଦ ଦୋକାନର କର୍ମଚାରୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । କୌଣସି କାରଣକୁ ନେଇ ଦୁର୍ବୃତ୍ତମାନେ ଦୋକାନ କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ଏହାସହ ଆକ୍ରମଣରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.