ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା : ବିଷାକ୍ତ ଫଳ ଖାଇ ଅଟକ ଯୁବକ ଅସୁସ୍ଥ

Published By : Prameya-News7 Bureau | June 24, 2025 IST

ଯାଜପୁର ୨୪।୬: ଓଡ଼ିଶା ବୁଲିବାକୁ ଆସିଥିବା ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ଅଟକ ଥିବାବେଳେ ଜଣେ ଫେରାର । ଅଟକ ଯୁବକ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ଯାଜପୁର ଦଶରଥପୁର ଥାନା ଅଧୀନ କରଞ୍ଜlମାଳ ତରାଙ୍ଗ ସାଗରପୁର ଗ୍ରାମର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଆସିଥିଲେ । ତାଙ୍କ ସହ ତାଙ୍କ ଦିଲ୍ଲୀ ବାନ୍ଧବୀ ମଧ୍ୟ ଆସିଥିଲେ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେ ତପସ୍ୱିନୀଙ୍କ ସହ ତାଙ୍କ ବାନ୍ଧବୀ ଓଡ଼ିଶା ବୁଲିବାକୁ ଆସିଥିଲେ । ଗତ ୨୨ ତାରିଖ ସନ୍ଧ୍ୟା ସମୟରେ ଯାଜପୁର ବିରଜା ମନ୍ଦିର ଦର୍ଶନ ସାରି ବସ୍ ଯୋଗେ ଘରକୁ ଫେରୁଥିଲେ । ଭଦ୍ରକ ପଡିଆ ସିମେଣ୍ଟ ଗୋଡାଉନ ନିକଟରେ ଉଭୟଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିଲେ । ଅନିଲ ଜେନା ଏବଂ ନୀତେଶ ଜେନା ସେମାନଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ଟଣାଓଟରା କରିଥିବା ଉଭୟ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁ ଘଟଣାକୁ ଭିତ୍ତିକରି ଦଶରଥପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦଶରଥପୁର ପୋଲିସ ଅନୀଲ ଜେନାକୁ ଅଟକ ରଖିଥିବା ବେଳେ ଅନୀଲ ଭୟରେ ପୋଲିସ ଯିବା ପୂର୍ବରୁ ନିଜ ଘରେ ବିଷାକ୍ତ ଫଳ ଖାଇଥିବା ଜଣାପଡିଥିଲା । ପରେ ଅନୀଲକୁ ପୋଲିସ ଧରିବା ସହ ପ୍ରଥମେ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । 

ସେପଟେ ଫେରାର ଥିବା ଅନ୍ୟ ଯୁବକକୁ ପୋଲିସ ଖୋଜୁଥିବା ଯାଜପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀ । ମେଡିକାଲରେ ଚିକିତ୍ସିତ ହେଉଥିବା ଅନୀଲ ଓ ତାଙ୍କ ପରିବାରର ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ମୋତେ ଫସେଇ ଦିଆ ଯାଇଥିବା କହିଛନ୍ତି ଅନୀଲ । ଅଟକ ଥିବା ଅନୀଲଙ୍କ ବାପା କହିଛନ୍ତି, ମୋ ପୁଅକୁ ଫସେଇ ଦିଆଯାଇଛି । ସେଠି କୌଣସି ଝିଅ ନଥିଲେ ଝଗଡ଼ା ହେବା ପରେ ସେ ଜାଗାକୁ ଏଇ ଦୁଇ ଝିଅ ଆସିଥିଲେ ବୋଲି କହିଛନ୍ତି ଅନିଲଙ୍କ ବାପା ପ୍ରଶାନ୍ତ ଜେନା । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ସତ କଥା ପଦାକୁ ଆସିବା ସହ ସ୍ପଷ୍ଟ ହେବ । ଯଦି ଘଟଣା ସତ୍ୟାସତ୍ୟ ବାହାରେ ତେବେ ଅଟକ ଥିବା ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଯାଜପୁର ଏସ୍‌ଡିପିଓ କହିଛନ୍ତି ।

You Can Read:

ଜଳ ସମ୍ପଦ ବିଭାଗରେ ଅନିୟମିତତା ଅଭିଯୋଗ : ଅହୋରାତ୍ର ଧାରଣାରେ କର୍ମଚାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.