ଜଗତସିଂହପୁର ୧୩।୮: ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ଥାନାରେ ପୁଣି ଥାର୍ଡ ଡିଗ୍ରୀ ଅଭିଯୋଗ । ଥାନାକୁ ଅଭିଯୋଗ ନେଇ ଯାଇଥିବା ବେଳେ ଯୁବକଙ୍କୁ ମାଡ଼ ମାରି ପରିସ୍ରା ପିଆଇବାକୁ ଧମକ ଦେଇଥିଲେ ଥାନା ଅଧିକାରୀ । ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବିଧା, ଗୋଇଠା, ଧକ୍କା ମାରିବା ସହ ପାଇପ୍ରେ ମାଡ଼ ମାରିବା ପରି ନିର୍ଯାତନା ଦେଇଥିବା ନେଇ ଜଗତସିଂହପୁର ଏଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତ ।
ଥାନା ଅଧିକାରୀ ନିଶା ସେବନ କରି ଏପରି କାଣ୍ଡ ଘଟାଇଥିବାର ସଂଘାତିକ ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ଧନୁରବେଲାରୀ ଗାଁର ବିଜୁରାମ ଦଳାଇ । ପୀଡିତ ଯୁବକ ଏଫଆଇଆର ନେଇ ବନ୍ଦର ଥାନାକୁ ଯାଇଥିବା ବେଳେ ପୋଲିସ ତାଙ୍କ ଏଫଆଇଆର ରଖିବା ପରିବର୍ତ୍ତେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଜଗତସିଂହପୁର ଏସ୍ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ବାବଦରେ ସମ୍ପୃକ୍ତ ଥାନା ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
You Can Read:
ଛୁଟି ଦିନ ଓ ରବିବାରରେ ହେବ ଚାଷୀ ପଞ୍ଜିକରଣ, ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ