ପରିବାରିକ କଳହର କରୁଣ ପରିଣତି : ଯୁବକଙ୍କୁ ବାପା-ଭାଇ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ

Published By : Prameya-News7 Bureau | August 15, 2025 IST

ବାଲିପାଟଣା ୧୫।୮: ପରିବାରିକ କଳହର କରୁଣ ପରିଣତି । ଯୁବକଙ୍କୁ ବାପା ଏବଂ ଭାଇ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ।ବାଲିପାଟଣା ଥାନା ବାଲିପାଟଣା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଯୁବକ ଜଣଙ୍କ ହେଲେ ଜ୍ୟୋତି ରଞ୍ଜନ ମାଠିଆ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଯାଇଛି । 

ସୂଚନାଯୋଗ୍ୟ ଯେ, ଜ୍ୟୋତି ଘରେ ଥିବାବେଳେ ବାପା ଏବଂ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଜ୍ୟୋତି ଜଳୁଥିବା ବେଳେ ଜ୍ୟୋତିଙ୍କ ସ୍ତ୍ରୀ ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ଯୁବକଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ଯୁବକଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । 

ପୂର୍ବରୁ ଜମିବାଡ଼ି ବିବାଦକୁ ନେଇ ବାପା-ଭାଇଙ୍କ ସହ ଜ୍ୟୋତିଙ୍କର ଶତ୍ରୁତା ଥିଲା । ଏହି କାରଣରୁ ଏଭଳି ଘଟିଥାଇପାରେ ବୋଲି କୁହାଯାଉଛି ।

You Can Read:

କୁକୁର ଭୟରେ ଗାଁରେ ସ୍ବାଧୀନତା ଦିବସ ପରେଡ ବନ୍ଦ, କେବଳ ଉତ୍ତୋଳନ ହେଲା ପତାକା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.