ଯୁବତୀଙ୍କୁ ୩ ବର୍ଷ ଧରି ଯୌନ ନିର୍ଯାତନା ଅଭିଯୋଗ : ସାର୍‌ଙ୍କ କଳାକାରନାମାକୁ ମ୍ୟାଡମ୍ ଚାପି ଦେଉଥିବା କହିଲେ ପୀଡ଼ିତା

Published By : Prameya-News7 Bureau | August 15, 2025 IST

ବାରିପଦା ୧୫।୮: ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଯୌନ ନିର୍ଯାତନା ଦେଇ ଆସୁଥିଲେ ଜଣେ ସରକାରୀ ବାବୁ । କାଳେ ବାବୁଙ୍କ କାରନାମା ପଦାରେ ପଡ଼ିଯିବ ସେଥିପାଇଁ ବାବୁଆଣୀ ଯୁବତୀଙ୍କୁ ଘରୁ କୁଆଡେ ଛାଡ଼ୁନଥିଲେ । ଏନେଇ ଥାନାରେ ମାମଲା । ଅଭିଯୋଗ କରିଛନ୍ତି ପୀଡ଼ିତା ଯୁବତୀ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାରିପଦା ରେଡ଼ିଓ ଷ୍ଟେସନରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ନାଁରେ । 

ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ମୋରଡା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଇବା ଓ ବଡ଼ ହେବା ପରେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ । ହେଲେ ଝିଅକୁ ଚାକରାଣୀ କରି ଘରେ ରଖିଲେ ଆଉ ଯୌନ ଶୋଷଣ ମଧ୍ୟ କଲେ । ଏବେ ନାବାଳିକାଙ୍କୁ ୧୮ବର୍ଷ ପୁରି ସବାଳିକା ହେଲେଣି । ଯୁବତୀ ଜଣଙ୍କ ସହି ନପାରି ସେଠାରୁ ପଳାଇ ଆସି ନିଜ ଘରେ ସବୁ କଥା ପ୍ରକାଶ କରିଥିଲେ । ଗତ ଗୁରୁବାର ରାତିରେ ପରିବାର ଲୋକେ ଯୁବତୀଙ୍କୁ ନେଇ ମୋରୋଡା ଥାନାରେ ପ୍ରଥମେ ଏତଲା ଦେଇଥିଲେ । ମୋରୋଡା ପୋଲିସ ଘଟଣା ଘଟିଥିବା ବାରିପଦାର ଭଞ୍ଜପୁର ଥାନାକୁ ପଠାଇ ଦେଇଥିଲେ । ଏନେଇ ଜନୈକା ଯୁବତୀଙ୍କ ବାପାଙ୍କର ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଭଞ୍ଜପୁର ଥାନା ।

You Can Read:

ଥାନା ଅଧିକାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସ ହେପାଜତରୁ ମାରିଲେ ଚମ୍ପଟ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.