ଶସ୍ତା କପଡା, ଫ୍ରି ଖାଇବା, ପୁରୁଣା କାର୍‌; ଦୁନିଆର ସବୁଠାରୁ ସାନ ଅରବପତି, ଏପରି ମେଣ୍ଟେନ୍‌ କରନ୍ତି ଲାଇଫ୍‌ଷ୍ଟାଇଲ୍‌

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ ୦୫।୦୭: ବୟସ ମାତ୍ର ୩୦ ବର୍ଷ  । କିନ୍ତୁ ସେ ସାଧାରଣ ଗରୀବ ଲୋକଙ୍କ ପରି ରହୁଛନ୍ତି । ଶସ୍ତା କପଡା ପିନ୍ଧୁଛନ୍ତି, ଫ୍ରି ଖାଦ୍ୟ ଖାଉଛନ୍ତି । ଆଉ ପୁରୁଣା କାର୍‌ ଚଳାଉଛନ୍ତି । ଏବେ ସେ ଦୁନିଆର ସବୁଠାରୁ କମ୍‌ ବୟସ୍କା ଅରବପତି । ଏହି ଯୁବତୀଙ୍କ ନାଁ ହେଉଛି ଲୁସି ଗୁଓ । ଧନୀ ତାଲିକାରେ ସେ ଟେଲର ସ୍ବିଫ୍ଟଙ୍କୁ ପଛରେ ପକାଇଛନ୍ତି । ଫୋବର୍ସର ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତିକୁ ୧.୨୫ ବିଲିୟନ ଡଲାର । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଜଣେ କୋଟିପତି ହେବା ସତ୍ତ୍ୱେ ସେ ତାଙ୍କ ଜୀବନରେ ଏପରି କିଛି କାମ କରନ୍ତି ଯାହା ତାଙ୍କୁ ସାଧାରଣ କରିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ କୋଟିକୋଟି ସମ୍ପତ୍ତିର ମାଲିକାଣୀ କିନ୍ତୁ ତାଙ୍କୁ ଦେଖିଲେ କେହି କହିବେନି ସେ ଏତ ଧନୀ । ତାଙ୍କର ସରଳ ଜୀବନଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିପାରେ ।

ଲୁସି କୌଣସି ମହଙ୍ଗା ଲଗଜରୀ କାର ଚଲାନ୍ତିନି । ବରଂ ଏକ ପୁରୁଣା ହୋଣ୍ଡା ସିଭିକ୍ କାର ଚଲାନ୍ତି। ଯାହା ତାଙ୍କୁ ସାଧାରଣ କରିଥାଏ । ଲୁସି କୁହନ୍ତି ଯେ ସେ ଟଙ୍କା ନଷ୍ଟ କରିବାରେ ବିଶ୍ୱାସ କରନ୍ତିନି । ଏହାବ୍ୟତୀତ ସେ ଏପରି ପୋଷାକ ମଧ୍ୟ ପିନ୍ଧନ୍ତି ଯାହା ସେଲ୍‌ରେ ଲାଗିଥାଏ କିମ୍ବା ମାଗଣାରେ ମିଳିଥାଏ । ଲୁସି ଏହା ମଧ୍ୟ କହିଥିଲେ ଯେ ତାଙ୍କର କେବଳ ଗୋଟିଏ କି ୨ଟି ଡିଜାଇନର୍ ଡ୍ରେସ୍ ରହିଛି । ଆଉ ସେ କେବଳ କମର୍ସିଆଲ୍ ବିମାନରେ ଯାତ୍ରା କରନ୍ତି। ଲୁସି କହିଥିଲେ ଯେ ସେ ସେନ୍ ୱେବସାଇଟରୁ ପୋଷାକ କିଣନ୍ତି ।  ଯାହା ଝିଅମାନଙ୍କ ମଧ୍ୟରେ ବହୁତ ସାଧାରଣ । ଆଉ  ଭଗବାନ ଜାଣନ୍ତି ଯେ ସେଠାରୁ କେତେ ଝିଅ ସଠିକ୍ ଏବଂ ଶସ୍ତା ମୂଲ୍ୟରେ ପୋଷାକ କିଣନ୍ତି। 

ଲୁସି ଗୁଓ ୧୯୯୪ ମସିହାରେ ସାନ ଫ୍ରାନ୍ସିସ୍କୋରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଚୀନ୍ ପ୍ରବାସୀ ଥିଲେ । ସେମାନ ଉଭୟ ବୈଦ୍ୟୁତିକ ଇଞ୍ଜିନିୟର ଥିଲେ । ଲୁସି କମ୍ ବୟସରେ କୋଡିଂ ଶିଖିଥିଲେ ଏବଂ ଷଷ୍ଠ ଶ୍ରେଣୀରୁ ୱେବସାଇଟ୍ ତିଆରି କରିବା ଆରମ୍ଭ କରିଥିଲେ। ସେ କାର୍ନେଗି ମେଲନ୍ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ପଢ଼ିବା ଆରମ୍ଭ କରିଥିଲେ । କିନ୍ତୁ ଥିଏଲ୍ ଫେଲୋସିପ୍ ପାଇବା ପରେ ୨୦୧୪ ମସିହାରେ ସେ ପାଠପଢ଼ା ଛାଡି ଦେଇଥିଲେ । ୨୦୧୬ ମସିହାରେ ସେ ସ୍କେଲ୍ ଏଆଇ ଆରମ୍ଭ କରିଥିଲେ । 

କିନ୍ତୁ ୨୦୧୮ ମସିହାରେ ତାଙ୍କୁ କମ୍ପାନୀରୁ ବାହାର କରିଦିଆଯାଇଥିଲା। ତଥାପି ସେ ତାଙ୍କର ଅଂଶଧନ ରଖିଥିଲେ । ଯାହାର ମୂଲ୍ୟ ଏବେ କୋଟି କୋଟି ଟଙ୍କା। ଲୁସି ବର୍ତ୍ତମାନ ପାସେସ୍ ନାମକ ଏକ କମ୍ପାନୀ ଚଳାଉଛନ୍ତି । ଯାହା OnlyFans ପରି ଏକ ନୂତନ ଡିଜିଟାଲ୍ ପ୍ଲାଟଫର୍ମ । ସେ କୁହନ୍ତି, "ଗରିବ ପରି ବଞ୍ଚ, ଧନୀ ହୋଇ ରୁହ", ଏହା ତାଙ୍କର ଚିନ୍ତାଧାରା। ଲୁସି ଏକ ସାକ୍ଷାତକାରରେ କହିଥିଲେ ମୁଁ ପିନ୍ଧୁଥିବା ସବୁକିଛି ମାଗଣା କିମ୍ବା ସେଏନ୍ ଠାରୁ ମିଳୁଛି । ମୁଁ ଏବେବି ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ପଲିସିରେ ରହିଛି ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.