ଭୁବନେଶ୍ୱର ୦୪।୦୮ : ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ବଧୂ । ୭ ବର୍ଷର ସଂସାରରେ ପଡିଗଲା ପୂର୍ଣ୍ଣଚ୍ଛେଦ । ଭୁବନେଶ୍ୱର ବରିମୁଣ୍ଡ ଗାଁରୁ ଆସିଛି ଏପରି ସଙ୍ଗୀତ ଅଭିଯୋଗ । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ଛାନ୍ଭିନ୍ ।
ଖବର ଅନୁଯାୟୀ, ବରିମୁଣ୍ଡାର ବିଶ୍ୱନାଥ ସ୍ୱାଇଁ ଯାଜପୁରର ରଶ୍ମିତା ଜେନାଙ୍କୁ ବିବାହ କରିଥିଲେ । ବିବାହ ପରେ କିଛି ଦିନ ଧରି ଉଭୟଙ୍କ ସଂପର୍କ ଠିକ୍ଠାକ୍ ଚାଲିଥିଲା । ହେଲେ ଏବେ ରଶ୍ମିତାଙ୍କର ମୃତ୍ୟୁ ହୋଇଯାଇଛି ।ଯାହାକୁ ନେଇ ଝିଅଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।