ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ : ସ୍ୱାମୀ ଓ ଦୁଇ ଝିଅ ଆହତ

Published By : Prameya-News7 Bureau | June 24, 2025 IST

ଛତ୍ରପୁର ୨୪।୬: ବିଦ୍ୟୁତ ଆଘାତରେ  ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ ଓ ଦୁଇ ଝିଅ ଆହତ ହୋଇଛନ୍ତି । ଗଞ୍ଜାମ ଥାନା ଅଧିନ ଦାମୋଦରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ  ଆର.ଦମୟନ୍ତି ରେଡ୍ଡୀ । ସ୍ୱାମୀ ଆର. ନାରାୟଣ ରେଡ୍ଡୀ, ଝିଅ ଆର. ବାସନ୍ତୀ ରେଡ୍ଡୀ ଓ ଆର. ଶକ୍ତିମୟୀ ରେଡ୍ଡୀ ଆହତ ହୋଇଛନ୍ତି । ବାସନ୍ତୀ ରେଡ୍ଡୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି  । ଘର ଆଗରେ ଥିବା ସଜନା ଗଛ କାଟିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ୩ ଜଣ । ଗ୍ରାମବାସୀ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଆର.ଦମୟନ୍ତିଙ୍କ ମୃତ୍ୟୁ ହୋଇଛି ।

You Can Read:

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା : ବିଷାକ୍ତ ଫଳ ଖାଇ ଅଟକ ଯୁବକ ଅସୁସ୍ଥ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.