ରାୟଗଡ଼ାରେ ଅଭାବନୀୟ, ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

Published By : Prameya-News7 Bureau | June 02, 2025 IST

ମୁନିଗୁଡ଼ା: ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ରଘୁବାରୀ ପଞ୍ଚାୟତ ମାତାବାରୁ ଗ୍ରାମରେ। ମୃତକ ହେଲେ ସବିତା ମାଝୀ। ସବିତାଙ୍କ ଘର ରଘୁବାରୀ ପଞ୍ଚାୟତ ବିଲାନ୍ଦନି ଗ୍ରାମର ହୋଇଥିବାବେଳେ ସେ ମାତାବାରୁ ଗ୍ରାମର ଚିତ୍ର ମାଝୀଙ୍କୁ ବିବାହ କରିଥିଲେ।

ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ଉତ୍ୟକ୍ତ ହୋଇ ଚିତ୍ର ଏଭଳି ଘଟଣା ଘଟାଇଛି। ତେବେ ଅମ୍ବାଦଳା ପୋଲିସ ସ୍ଵାମୀକୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରେ ମୁନିଗୁଡ଼ା ଏସଡିପିଓ ସନ୍ତୋଷିନୀ ଓରାମଙ୍କ ସହ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.