ବ୍ରାଉନସୁଗାର ସହ ଜଣେ ମହିଳା ଗିରଫ, ଲକ୍ଷେ ଟଙ୍କାର ଧଳାଜହର ଜବତ

Published By : Prameya-News7 Bureau | July 08, 2025 IST

ବରଗଡ଼ ୮।୭: ବରଗଡ଼ ଏବେ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ । ଏନେଇ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନିଆଯାଉଥିବା ବେଳେ ବ୍ରାଉନସୁଗାର ସହ ଜଣେ ମହିଳାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ମହିଳା ରଞ୍ଜିତା ତାଣ୍ଡି ବୋଲି ସୂଚନା ମିଳିଛି । 

ବରଗଡ଼ ଅବକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମହାନ୍ତିପଡା ଅଞ୍ଚଳରେ ଚଢ଼ାଉ କରି ରଞ୍ଜିତାକୁ ଗିରଫ କରିବା ସହ ତାଠାରୁ ୧୨.୩ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଏ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

You Can Read:

ସାମାନ୍ୟ ଗଣ୍ଡଗୋଳରୁ ହତ୍ୟାକାଣ୍ଡ, ପିଟି ପିଟି ମାରିଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.