ଖୁବ୍ ଶୀଘ୍ର ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ମନମୋହନଙ୍କ ନୂଆ ଟିମ୍‌ରେ ପୁରୁଖା ଓ ଯୁବ ନେତା ହେବେ ସାମିଲ

Published By : Prameya-News7 Bureau | July 09, 2025 IST

ଭୁବନେଶ୍ବର ୯।୭: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଜ୍ୟ ବିଜେପିର ନୂତନ ରାଜ୍ୟ ସଭାପତି ମନମୋହନ ସାମଲ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ସଡ଼କ ଯୋଗାଇ ଦେବା ପ୍ରଥମ ଲକ୍ଷ୍ୟ ରହିବ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇଛନ୍ତି ମନମୋହନ । ନୂଆ ରାଜ୍ୟ କମିଟି ସହ ବୋର୍ଡ ନିଗମ ଖାଲି ପଡ଼ିବା ପ୍ରସଙ୍ଗରେ ମନମୋହନ କହିଛନ୍ତି ସବୁ ପ୍ରକ୍ରିୟାରେ ଅଛି । ଚୂଡାନ୍ତ ପ୍ରକ୍ରିୟା ବାକି ଅଛି । ଖୁବ୍ ଶୀଘ୍ର ସବୁ କାମ ହେବ । ମନ୍ତ୍ରୀମଣ୍ଡଳ ମଧ୍ୟ ପୂରଣ ହେବ ବୋଲି ମନମୋହନ କହିଛନ୍ତି । 

କାମ ଧିମା ଚାଲିଥିବା ଲୋକ ଅଭିଯୋଗ ଆଣୁଥିବା ବେଳେ ମନମୋହନ କହିଛନ୍ତି, ସ୍ଲୋ ଆଣ୍ଡ୍ ଷ୍ଟିଡି ଓ୍ବିନ୍ ଦ ରେସ୍ । ଠିକ୍ ସମୟରେ ଠିକ୍ କାମ ହେବ । ଆମ ଦଳ ୫୧ ମହିସା ଠାରୁ କେବେ ବିଭାଜନ ହେଇନି ।  କାହାକୁ ଉପେକ୍ଷା ଅବା ଅପେକ୍ଷା କରେନି । କୃଷି, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଏହାକୁ ଉପଯୋଗ କରାଯିବ ।  ଓଡ଼ିଶାରୁ ଦାରିଦ୍ର୍ୟ ହଟିବ । ବାହାରକୁ ଖଟିବା ପାଇଁ ଆଉ କେହି ଯିବେ ନାହିଁ ବୋଲି ମନମୋହନ କହିଛନ୍ତି । ତେବେ ମନମୋହନଙ୍କ ନୂତନ ଟିମ୍‌ରେ ଯୁବ ନେତା, ପୁରୁଖା ନେତା ସାମିଲ୍ ହୋଇ ଟିମ୍ ଗଠନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । 


You Can Read:

କୌଣସି ସ୍ଥାନରେ ବନ୍ୟାସ୍ଥିତି ନାହିଁ, ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦିଲି ଡ୍ୟାମ୍ ଯୋଗୁଁ ପାଣି ଓଡ଼ିଶା ଆସୁଛି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.