ପଦ୍ମଶ୍ରୀ ସନ୍ଥ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

Published By : Prameya-News7 Bureau | June 28, 2025 IST

indiatoday

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କୃତ ସନ୍ଥ କାର୍ତ୍ତିକ ମହାରାଜଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ପଶ୍ଚିମବଙ୍ଗର ଜଣେ ମହିଳା କାର୍ତ୍ତିକ ମହାରାଜଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ଘଟଣା ୨୦୧୩ରେ ଘଟିଥିଲା। ସେତେବେଳଏ କାର୍ତ୍ତିକ ମହାରାଜ ମହିଳାଙ୍କୁ ସ୍କୁଲ୍‌ରେ ଚାକିରି ଦେବାକୁ କହି ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ହେଲେ ବିଜେପିର ନିକଟତର କୁହାଯାଉଥିବା କାର୍ତ୍ତିକ ମହାରାଜ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଭାରତ ସେବାଶ୍ରମ ସଂଘର ଜଣେ ସନ୍ୟାସୀ ମହାରାଜ ତାଙ୍କୁ ମୁର୍ଶିଦାବାଦର ଏକ ଆଶ୍ରମ ପରିସରରେ ଥିବା ଏକ ସ୍କୁଲରେ ଶିକ୍ଷକତା ଚାକିରି ଦେବାର ପ୍ରତିଶ୍ରୁତି ଦେଇ ସେହି ଆଶ୍ରମକୁ ନେଇଯାଇଥିଲେ। ତାଙ୍କର ଆଶ୍ରମରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

କିନ୍ତୁ, ଦିନେ ଏକ ରାତିରେ ସନ୍ନ୍ୟାସୀ ତାଙ୍କ କୋଠରୀରେ ପ୍ରବେଶ କରି ତାଙ୍କ ଉପରେ ଜୋର ଜବରଦସ୍ତି କରିଥିଲେ। ହେଲେ ଭୟ ଏବଂ ଅସହାୟତା ହେତୁ ସେ ଏତେ ବର୍ଷ ଧରି ଏହି ଘଟଣା ଉପରେ ନୀରବ ରହିଥିଲେ। କାହା ଆଗରେ ପ୍ରକାଶ କରିପାରି ନଥିଲେ। ହେଲେ ଏବେ ହଠାତ୍ ମହିଲାଙ୍କର ଏଭଳି ଅଭିଯୋଗ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ ପଦ୍ମଶ୍ରୀ କାର୍ତ୍ତିକ ମହାରାଜ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ  ବୋଲି ସେ କହିଛନ୍ତି। ଘଟଣାରେ ଅନ୍ୟ କିଛି ଅପ୍‌ଡେଟ୍ ବର୍ତ୍ତମାନ ମିଳିପାରି ନାହିଁ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.