ଭାରତୀୟ ସେନା ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର ହେବ, ଦାବି କଲେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ ୨୧/୦୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘନିଷ୍ଠ ସହଯୋଗୀଙ୍କ ଦାବି । ଯଦି ପଡ଼ୋଶୀ ଦେଶ ଭାରତ ସହ ପୁଣି ବିବାଦ ହୁଏ ତେବେ ପରମାଣୁ ଆକ୍ରମଣ ନିଶ୍ଚୟ । ଆତ୍ମରକ୍ଷା ପାଇଁ ଆମେ ତୁମ ମାଟିରେ କୌଶଳଗତ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ । ଏମିତି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟତର ସହଯୋଗୀ ନଜାମ ସେଟ୍ଟୀ । ଯିଏ କି ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ କହିଛନ୍ତି ଯଦି ପଡ଼ୋଶୀ ଭାରତ ସହିତ ବିବାଦରେ ଫସିଯାଏ । ତେବେ ପାକିସ୍ତାନ କ'ଣ ରମାଣୁ ଅସ୍ତ୍ର ବ୍ୟବହାର କରିବ । 

ସମ୍ବାଦ ସଂସ୍ଥା 'ସମା ଟିଭି' ସହିତ ଏକ ସାକ୍ଷାତକାରରେ ସେ ଦମ୍ଭ ଦେଖାଇ କହିଥିଲେ ଆମେ ଆତ୍ମରକ୍ଷା ପାଇଁ ଆମ ମାଟିରେ ତୁମ (ଭାରତୀୟ ସେନା) ଉପରେ କୌଶଳଗତ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ । ସେ କହିଥିଲେ, ଯଦି ଭାରତୀୟ ସେନା କରାଚୀ ଓ ଲାହୋରର ଉତ୍ତର ଓ ଦକ୍ଷିଣ ଅଞ୍ଚଳକୁ ବିଭାଜିତ କରିବା ଯୋଜନା ସହିତ ପାକିସ୍ତାନରେ ପ୍ରବେଶ କରେ ।  ତେବେ ଏହା ନିଶ୍ଚୟ ବଡ ଧରଣର ଆକ୍ରମଣ ହେବ । 


କାଳ୍ପନିକ ପରିସ୍ଥିତି ବର୍ଣ୍ଣନା କରି କହିଛନ୍ତି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପଛାଇବୁ ନାହିଁ। ତାଙ୍କ ଯୋଜନା ବିଷୟରେ ପଚାରିବାରୁ ସେ କହିଥିଲେ ଦେଶର ଯୋଜନାକୁ ନେଇ ଗର୍ବୀତ । ଆହୁରି ବି ଆଶ୍ୱାସନା ଦେଇ କହିଥିଲେ ଯେ ସେମାନଙ୍କ ପାଖରେ ପ୍ରଚୁର କ୍ଷେପଣାସ୍ତ୍ର ଅଛି। ସେ ଦମ୍ଭୋକ୍ତି ଦେଖାଇ କହିଥିଲେ କି, ଏଠି ଦୀପାବଳି ପାଇଁ ବାଣ ରଖାଯାଇନି । ସମୟ ଆସିଲେ ଆଗକୁ ବ୍ୟବହାର ନିଶ୍ଚୟ କରାଯିବ। 

ଆଉ ଗୋଟିଏ ପ୍ରସଙ୍ଗରେ ସେ ସେ କହିଥିଲେ, ଯଦି ତୁମେ ଏକ ବନ୍ଧ ନିର୍ମାଣ କର କିମ୍ୱା ଆମର ପାଣି ବନ୍ଦ କର । ତେବେ ଆମେ ଗୋଟିଏ ନୁହେଁ ବରଂ ୧୦ଟି କ୍ଷେପଣାସ୍ତ୍ର ମାଡ କରିବୁ । ଦରକାର ପଡିଲେ ତୁମର ବନ୍ଧକୁ ଉଡ଼ାଇ ଦେବୁ। ଯାହା ସିନ୍ଧୁ ଉପତ୍ୟକା ସଭ୍ୟତା ପରେ ଜଣାଶୁଣା ଅଞ୍ଚଳ ଏକ ନଦୀ ଉପରେ ରହିଛି । ସେଟ୍ଟୀ ଆହୁରି କହିଥିଲେ ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ଆଧାରିତ, ଆମେ ପାଣି ଉପରେ ନିର୍ଭରଶୀଳ । ଯଦି ତାହା ଅବରୋଧ କରାଯାଏ, ତେବେ ଏହା ଆମର ଅସ୍ତିତ୍ୱ ଉପରେ ଆକ୍ରମଣ ହେବ । ତେଣୁ, ଆମେ ପରମାଣୁ ହମଲା କରିବାଟା ଥୟ ବୋଲି ସେ କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.