ଜୋମାଟୋରୁ ଖାଦ୍ୟ ମଗାଇବା ହେବ କି ମହଙ୍ଗା ? କିଲୋମିଟର ହିସାବରେ ଫିସ୍‌ ନେବ କମ୍ପାନୀ! ଜାଣନ୍ତୁ ବିସ୍ତୃତରେ

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ : ଫୁଡ୍‌ ଡିଷ୍ଟ୍ରିବ୍ୟୁସନ ପ୍ରସିଦ୍ଧ କମ୍ପାନୀ ଜୋମାଟୋର ମୂଳ କମ୍ପାନୀ ଇଟରନଲ ରେଷ୍ଚଟୁରାଣ୍ଟ ଗୁଡ଼ିକ ପାଇଁ ଅର୍ଡରର ସର୍ଭିସକୁ ମହଙ୍ଗା କରି ଦେଇଛି। ବିଶେଷକରି କିଛି କିଲୋମିଟର ଦୂରତାରୁ ଆସୁଥିବା ଅର୍ଡର ଏବେ ମହଙ୍ଗା ହୋଇଯିବ। ଉଲ୍ଲେଖନୀୟ ଯେ , କମ୍ପାନୀ ପ୍ରତ୍ୟେକ ଅର୍ଡରକୁ ଅଧିକ ପ୍ରଫିଟେବଲ କରିବାକୁ ଚାହୁଁଛି। ଜୋମାଟୋ ଏବେ ରେଷ୍ଟୁରାଣ୍ଟକୁ କହିଛି ଯେ , ୪ କିଲୋମିଟରରୁ ଅଧିକ ଦୂରତାରେ ଡେଲିଭରି କରଯାଉ ଥିବା ଅର୍ଡରରେ ପ୍ଲାଟଫର୍ମକୁ ଅତିରିକ୍ତ ଲଙ୍ଗ୍‌ ଡିଷ୍ଟାନ୍ସ ଫିସ୍‌ ଦିଅ ।

ମନିକଣ୍ଟ୍ରୋଲର ଏକ ରିପୋର୍ଟ ମୁତାବିକ , ରେଷ୍ଟୁରାଣ୍ଟକୁ ଜୋମାଟୋକୁ ଲଙ୍ଗ୍ ଡିଷ୍ଟାନ୍ସ ଫିସ୍‌ ଭାବେ ପ୍ରତି ଅର୍ଡରରେ ୨୦ ଟଙ୍କା ଅତିରିକ୍ତ ଦେବାକୁ ହେବ , ଯଦି ଡେଲିଭରୀ ଲୋକେସନ ରେଷ୍ଟୁରାଣ୍ଟ ବା କ୍ଲାଉଡ୍‌ କିଚେନରୁ ୪-୬ କିଲୋମିଟର ଦୂର ଏବଂ ଅର୍ଡରର ଦାମ ୧୫୦ ଟଙ୍କାରୁ ଅଧିକ ଥିବ। ଯଦି ଡେଲିଭରୀ ଲୋକେସନ ୬ କିଲୋମିଟର ଠାରୁ ଅଧିକ ଦୂରରେ , ତ ଫିସ୍ ଦୁଇ ଗୁଣା ହୋଇଯିବ ଏବଂ ରେଷ୍ଟୁରାଣ୍ଟକୁ ଏହି ଅର୍ଡରର ଦାମ୍‌ ପାଇଁ ଜୋମାଟୋକୁ ପ୍ରତି ଅର୍ଡରରେ ୪୦ ଟଙ୍କା ଦେବାକୁ ହେବ। ଛୋଟ ଅର୍ଡର ପାଇଁ , ଯେଉଁ ୦-୧୫୦ ଟଙ୍କା ମୂଲ୍ୟର ବ୍ରେକେଟ୍‌ରେ ଆସିଥାଏ ,ଯଦି ଖାଦ୍ୟ ୬ କିଲୋମିଟର ଭିତରେ ଡେଲିଭର କରାଯାଏ , ତ ରେଷ୍ଟୁରାଣ୍ଟକୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ହେବ ନାହିଁ । ଯଦି ଏହି ଛୋଟ ଅର୍ଡର ୬ କିଲୋମିଟରରୁ ଅଧିକ ଡେଲିଭର କରାଯାଏ ତ , ଜୋମାଟୋ ରେଷ୍ଟୁରାଣ୍ଟ ଠାରୁ ପ୍ରତି ଅର୍ଡରରେ ୪୦ ଟଙ୍କା ଆଦାୟ କରିବ।

ଇଟରନଲ ନିଜର କମ୍ୟୁନିକେସନରେ କହିଛି , ଆମର ପ୍ରୟାସ ଯେ , ପ୍ରତ୍ୟେକ ଅର୍ଡର ଆପଣଙ୍କର ଆପଣଙ୍କର ଓ ଆମ ପାଇଁ ଲାଭଦାୟକ ହେବ। ପୂର୍ବରୁ ଏମିତି କୌଣସି ଶୁଳ୍କ ନଥିଲା। ହେଲେ ଇଟରନଲ ପକ୍ଷରୁ ଏହାକୁ ନେଇ କୌଣସି ଉତ୍ତର ଆସି ନାହିଁ। କହି ରଖୁଛୁ କି, ନିଶ୍ଚିତ ରୂପେ , ଜୋମାଟୋ ଏହି ଅତିରିକ୍ତ ଶୁଳ୍କ କେବଳ ନିଜର ରେଷ୍‌ଟରୁଣ୍ଟ ପାର୍ଟନରଙ୍କ ଉପରେ ଲଗାଇବ, ଗ୍ରାହକଙ୍କ ଉପରେ ନୁହେଁ। ଗ୍ରାହକ ଏବେ ବି ଜୋମାଟୋରେ କରାଯାଉଥିବା ସବୁ ଫୁଡ୍ ଡେଲିଭରୀ ପାଇଁ ସେହି ଡେଲିଭରୀ ଶୁଳ୍କ ଦେବା ଜାରି ରଖିବେ, ଯାହା ବର୍ତ୍ତମାନରେ ଦେଉଛନ୍ତି। କମ୍ପାନୀର ଲୟାଲଟି ପ୍ରୋଗ୍ରାମ ଜୋମାଟୋ ଗୋଲ୍ଡ ଅନୁସାରେ , ମଧ୍ୟ ଉପଭୋକ୍ତା ନାମାଙ୍କନର ସମୟରେ ଥିବା ନିୟମ ଓ ସର୍ତ୍ତ ଅନୁସାରେ ମୁକ୍ତ ଡେଲିଭରୀର ଲାଭ ଉଠାଇବା ଜାରି ରଖିବେ। କମ୍ପାନୀ ଏବେ ସୁଧା ଏହା ସ୍ଥିର କରି ନାହିଁ ଯେ, ସେ ଉପଭୋକ୍ତାଙ୍କ ପାଇଁ ଡେଲିଭରୀ ଶୁଳ୍କରେ କୌଣସି ପରିବର୍ତ୍ତନ କରିବ ବା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.