ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଉପଲବ୍ଧ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦେଶର ରାଜନୈତିକ ସଂସ୍କୃତିକୁ ବଦଳାଇ ଏକ ନୂଆ ଯୁଗ ଆରମ୍ଭ କରିଛନ୍ତି । ଏଠି ତୁଷ୍ଟୀକରଣ ସ୍ଥାନ ନେଇଛି ଉତ୍ତରଦାୟୀ, ପାରଦର୍ଶିତା ଓ ବିକାଶ । ନରେନ୍ଦ୍ର ମୋଦୀ ସରକାର କଠୋର ନିଷ୍ପତ୍ତି ନେବା ଓ ଆର୍ଥିକ ଅନୁଶାସନ ଆଣିବା ସରକାର ବୋଲି ନଡ୍ଡା କହିଛନ୍ତି ।
ନଡ୍ଡା କହିଛନ୍ତି, ୧୧ ବର୍ଷ ପୂର୍ବେ ଦେଶରେ ତୁଷ୍ଟୀକରଣ ରାଜନୀତି ଦେଖିବାକୁ ମିଳୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ବଦଳାଇ ଉତ୍ତରଦାୟୀର ରାଜନୀତି ଓ ରିପୋର୍ଟ କାର୍ଡ ରାଜନୀତି ଆରମ୍ଭ କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ମୋଦୀ ସରକାର ନ୍ୟୁ ନର୍ମଲ ଓ ନ୍ୟୁ ବ୍ୟବସ୍ଥା (ଅର୍ଡର) ସ୍ଥାପନ କରିଛନ୍ତି । ଏହା ଏପରି ଏକ ସରକାର ଯିଏ ଭବିଷ୍ୟତକୁ ଦେଖି ଚାଲେ । ପୂର୍ବ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିଲେ ଓ ତୁଷ୍ଟୀକରଣରେ ବିଶ୍ୱାସ କରୁଥିଲେ । କିନ୍ତୁ ଆମେ ନକାରାତ୍ମକରୁ ସକାରାତ୍ମକ ଆଡ଼କୁ ପାଦ ବଢାଇଛୁ ।
ଜେପି ନଡ୍ଡା କହିଛନ୍ତି, ଆଜି ଭାରତର ସାଧାରଣ ନାଗରିକଙ୍କ ବିଶ୍ୱାସ ଯେ ମୋଦୀ ହେ ତୋ ମୁମକିନ୍ ହେ । ଏହାସହ ସରକାରଙ୍କ ତିନି ପ୍ରମୁଖ ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି, ବିକାଶ, ଆବିଷ୍କାର ଓ ନବସୃଜନ । ସେ କହିଛନ୍ତି, ଆମ ନୀତିରେ ପରଫୋମ୍, ରିଫର୍ମ ଓ ଟ୍ରାନ୍ସଫର୍ମର ମନ୍ତ୍ର ଦେଖାଯାଏ । ଆମେ ସବକା ସାଥ୍, ସବକା ବିଶ୍ୱାସ, ସବକା ପ୍ରୟାସର ନୀତିକୁ ଆପଣାଇଛୁ ।
ବିଜେପି ଅଧ୍ୟକ୍ଷ ସରକାରଙ୍କ କିଛି ଐତିହାସିକ ନିଷ୍ପତ୍ତିକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଧାରା ୩୭୦ ଉଚ୍ଛେଦ, ଟ୍ରିପଲ୍ ତଲାକ୍ ଶେଷ ସାମିଲ ଅଛି । ସେ ଆହୁରି କହିଛନ୍ତି, ସରକାର ଦେଶର ଓ ସମୁଦାୟର ହିତକୁ ମଜଭୁତ କରିବା ପାଇଁ ନୂଆ ୱାକଫ୍ ଆଇନ ଆଣିଛନ୍ତି । ଭାରତ ଖୁବଶୀଘ୍ର ବିଶ୍ୱର ଚତୁର୍ଥ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ବିଦେଶ ମୁଦ୍ରା ଭଣ୍ଡାର, ରପ୍ତାନୀ, ଏଫଡିଆଇରେ ବୃଦ୍ଧି ହୋଇଛି । ଟିକସ ସଂଗ୍ରହରେ ୨୩୮ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।