ନୂଆଦିଲ୍ଲୀ : ପାକିସ୍ତାନ ସରକାର ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କୁ ମଙ୍ଗଳବାର (୨୦ ମେ ୨୦୨୫)ରେ ପଦୋନ୍ନତି କରି ଥିଲେ। ତାଙ୍କୁ ଫିଲ୍ଡି ମାର୍ଶଲ ପଦରେ ନିଯୁକ୍ତି ଦେଇଥିଲେ। 'ଅପରେସନ ସିନ୍ଦୂର' ବେଳେ ଭାରତୀୟ ସେନା ଖୁବ୍ ଭୟଙ୍କର ଭାବେ ଜବାବ ଦେବା ପରେ ମଧ୍ୟ ଶହବାଜ ସରକାର ଆସିମ ମୁନିରଙ୍କୁ ପ୍ରମୋସନ କରିଛନ୍ତି , ଯାହାକୁ ନେଇ ପୂରା ଦୁନିଆ ହସୁଛି। ପାକିସ୍ତାନ କ୍ଷମତା କେନ୍ଦ୍ରରେ ସେନାର କେତେ ମାତ୍ରାରେ ସଂପୃକ୍ତି ଏହା କାହାକୁ ଅଛପା ନାହିଁ।
ଏହି ମଧ୍ୟରେ ପାକିସ୍ତାନରେ ଏହି କଥାକୁ ନେଇ ରାଜନୀତି ସରଗରମ୍ ହୋଇଛି। ଆସିମ ମୁନିର ନିଜେ ହିଁ ଏହି ପଦ ନେଇଛନ୍ତି , ଯାହାକି ସେ ନିଜର କ୍ଷମତା ବଢାଇ ପାରିବେ। ଅପରେସନ ସିନ୍ଦୂର ଅନୁସାରେ ଭାରତୀୟ ସେନା ପାକିସ୍ତାନରେ ପଶି ଗୋଟିଏ କୋଣରୁ ଆଉ ଏକ କୋଣରେ ଗୋଟିଏ ପରେ ଗୋଟିଏ ଧ୍ୱଂସ ଲୀଳ ରଚିଥିଲେ , ଯାହାକୁ ସେ ସବୁଦିନ ପାଇଁ ମନେରଖିବ। ଆତଙ୍କୀଙ୍କୁ ସାହାଯ୍ୟ କରୁଥିବା ପାକିସ୍ତାନୀ ସେନାକୁ ମୁହତୋଡ ଜବାବ ଦେଇ ଇଣ୍ଡିଆନ ଆର୍ମି ଏହାର ଅନେକ ଏୟାରବେସ୍ ଓ ଆର୍ମି କ୍ୟାମ୍ପକୁ ଧ୍ୱଂସ କରିଦେଇଛି। ପାକିସ୍ତାନର ସ୍ଥିତି ଏମିତି ହୋଇ ଯାଇଥିଲା ଯେ , ସେ ଅସ୍ତ୍ରବିରତି କରିବା ପାଇଁ ତତ୍ପର ହୋଇଥିଲା।
ଆସିମ ମୁନିରଙ୍କୁ ଏହା ଜଣାଅଛି ଯେ, ଭାରତୀୟ ସେନା ତାଙ୍କର ଅନେକ ଠିକଣାକୁ ଧ୍ୱଂସ କରି ଦେଇଛି। ସେ ନିଜର ଶକ୍ତି ଏଥିପାଇଁ ବଢାଉଛନ୍ତି, ଯାହାକି ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ପରାଜୟକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶଲ ହେବ ନାହିଁ। ପାକିସ୍ତାନର ଇତିହାସକୁ ଦେଖିବା ତ ସାମରିକ ଏକଛତ୍ରବାଦୀଙ୍କ ଲମ୍ୱା ତାଲିକା ଅଛି। ଆସିମ୍ ମୁନିର ନିଜେ ପାକିସ୍ତାନର କ୍ଷମତାକୁ ଏବେସୁଦ୍ଧା ନିଜ ହାତକୁ ନେଇ ନାହାନ୍ତି,କାରଣ ତାଙ୍କୁ ଜେନେରାଲ ପରଭେଜ୍ ମୁଶରଫଙ୍କ ବିରୋଧରେ ହୋଇଥିବା ବିଦ୍ରୋହର ଭୟ ରହିଛି।
ପରଭେଜ୍ ମୁଶରଫ ୮ ବର୍ଷ ଯାଏ ପାକିସ୍ତାନରେ ରାଜୁତି କରିଥିଲେ। ସେ ଶହବାଜ ସରିଫଙ୍କ ବଡ଼ ଭାଇ ନୱାଜ ଶରିଫଙ୍କୁ କ୍ଷମତାରୁ ତଡ଼ି ନିଜେ ଦାୟିତ୍ୱ ସମ୍ଭାଳି ଥିଲେ। ୨୦୦୭ରେ ପାକିସ୍ତାନର ଜନତା ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ବିଶେଷଜ୍ଞଙ୍କ ଅନୁସାରେ , ସାରା ବିଶ୍ୱରେ ଗଣତନ୍ତ୍ର ମାମଲାରେ ମଧ୍ୟ ପାକିସ୍ତାନ ବଦନାମ ହୋଇଛି। ଏହି ଛବିକୁ ସୁଧାରିବା ପାଇଁ ମଧ୍ୟ ପାକିସ୍ତାନର ସରକାର ଏମିତି କରିବାକୁ ନିଷ୍ପତ୍ତି ନେଇଛି।