ନୂଆଦିଲ୍ଲୀ ୧୭।୦୬; ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ। ନିକଟରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କ ସହିତ ନିର୍ବନ୍ଧ କରିଥିଲେ। ଏହି ନିର୍ବନ୍ଧ ୪ ଜୁନ୍ ୨୦୨୫ ଲକ୍ଷ୍ନୌରେ ଏକ ବ୍ୟକ୍ତିଗତ ଭାବେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କ୍ରିକେଟର ରିଙ୍କୁ ସିଂହଙ୍କ ସମେତ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଏହା ପରେ ସେ ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡ ଗସ୍ତ ପାଇଁ ବାହାରି ଯାଇଥିଲେ। କିନ୍ତୁ ଏସବୁ ମଧ୍ୟରେ କୁଲଦୀପ ଯାଦବ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।
କୁଲଦୀପ ଜୁନ୍ ୧୬ ତାରିଖରେ ଇନଷ୍ଟାଗ୍ରାମରେ ତାଙ୍କ ଭାବି ପତ୍ନୀ ବଂଶିକାଙ୍କ ସହିତ କିଛି ଫଟୋ ସେୟାର କରିଥିଲେ, କିନ୍ତୁ କିଛି ସମୟ ପରେ ସେ ଏହି ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଥିଲେ। ଯାହା ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ଫଟୋ ଗୁଡ଼ିକରେ କୁଲଦୀପ କଳା ସୁଟ୍ ପିନ୍ଧିଥିବା ବେଳେ ବଂଶିକା ଧଳା ଗାଉନ୍ରେ ନଜର ଆସିଥିଲେ। ତାଙ୍କର ଏହି ଫଟୋ ଗୁଡ଼ିକ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ କୁଲଦୀପ ଏହି ଫଟୋ ଗୁଡ଼ିକୁ ଏବେ ଡିଲିଟ୍ କରି ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
କୁଲଦୀପ ଇନଷ୍ଟାଗ୍ରାମରୁ ଏହି ଫଟୋ ଗୁଡ଼ିକୁ ହଟାଇବା ପରେ ଅନେକ ପ୍ରଶ୍ନ ଉଠାଯାଉଛି। ସୋସିଆଲ ମିଡିଆରେ କିଛି ପ୍ରଶଂସକ ଦାବି କରୁଛନ୍ତି ଯେ ଏହି ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ସେହି ସମୟରେ, କିଛି ପ୍ରଶଂସକ କହିଛନ୍ତି କୁଲଦୀପ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ କମେଣ୍ଟରୁ ବଞ୍ଚିବା ପାଇଁ ଫଟୋ ଡିଲିଟ୍ କରିଛନ୍ତି। ଏପର୍ଯ୍ୟନ୍ତ କୁଲଦୀପଙ୍କ ପକ୍ଷରୁ ଏ ବିଷୟରେ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ସେହି ସମୟରେ, ଏପରି ମଧ୍ୟ ରିପୋର୍ଟ ଅଛି ଯେ ଇଂଲଣ୍ଡ ଗସ୍ତ ପରେ ଏହି କପଲ ବିବାହ କରିବେ।
କୁଲଦୀପଙ୍କ ଭାବି ପତ୍ନୀ ବଂଶିକା କିଏ?
ବଂଶିକା କାନପୁରର ବାସିନ୍ଦା। ଯିଏ ବର୍ତ୍ତମାନ ଲାଇଫ ଇନ୍ସୁରାନ୍ସ କର୍ପୋରେସନ୍ (ଏଲଆଇସି)ରେ କାର୍ଯ୍ୟରତ। କୁଲଦୀପ ବଂଶୀକାଙ୍କ ପିଲାଦିନର ବନ୍ଧୁ। ସମୟ ସହିତ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏବେ ଏହି ନିର୍ବନ୍ଧ ସେମାନଙ୍କ ସମ୍ପର୍କରେ ଏକ ନୂତନ ଦିଗ ଦେଇଛି। କୁଲଦୀପ ସୋସିଆଲ ମିଡିଆରେ ବଂଶିକାଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ନିର୍ବନ୍ଧ ବିଷୟରେ ସୂଚନା ଦେଇଥିଲେ।