ବୁଲୁଛି ଭାରତ, କହୁଛି ଦେଶୀ; ନୂଆ ସେନସେସନ୍ ବବ୍‌ଲୁ ବନ୍ଦର, ଜାଣନ୍ତୁ ବ୍ଲଗର ମାଙ୍କଡ଼ ପଛରେ କିଏ ?

Published By : Prameya-News7 Bureau | June 25, 2025 IST

ନୂଆଦିଲ୍ଲୀ ୨୫।୦୬: ସାରା ଭାରତରେ ବୁଲୁଛି । ଗୋଟିଏ ପରେ ଗୋଟିଏ କରୁଛି ବ୍ଲଗ୍‌ । ଦେଖାଉଛି ଭଳି କି ଭଳି ସ୍ଥାନ । ପାହାଡ ଚଢିବା ସହ ମଜାଦାର୍‌ ଖାଦ୍ୟର ନେଉଛି ମଜା । ଏମିତିକି ପୂରା ହିନ୍ଦିରେ କହୁଛି କଥା । ଏ କୌଣସି ମଣିଷ ନୁହେଁ । ଏ ହେଉଛି ଏକ ମାଙ୍କଡ । ନାଁ ହେଉଛି ବବ୍‌ଲୁ ବନ୍ଦର । ସେ ଏବେ ବ୍ଲଗର ମାଙ୍କଡ଼ ଭାବେ ପରିଚିତ । ଆଉ ବର୍ତ୍ତମାନ ପାଲଟିଛି ସୋଶିଆଲ୍‌ ମିଡିଆର ନୂଆ ସେନସେସନ୍ । ବର୍ତ୍ତମାନ ବେଶ୍‌ ଭାଇରାଲ୍‌ ହେଉଛି ବବ୍‌ଲୁ ବନ୍ଦର । ଏହାର ଗୋଟିଏ ଭିଡିଓରେ ୧୦ କୋଟି ଭ୍ୟୁ ମିଳିଛି । ଏହା ସହିତ ୮୦ ଲକ୍ଷର ଲାଇକ୍‌ ମିଳିଛି । ଲୋକମାନେ ତାର ଭାବଭଙ୍ଗିକୁ ଖୁବ୍‌  ପସନ୍ଦ କରୁଛନ୍ତି ।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ଏହି ବବ୍‌ଲୁ ବନ୍ଦର ? ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମାଙ୍କଡଟି ନା ଜଙ୍ଗଲରେ ଡିଆଁଡିଇଁ କରେ ନା ସର୍କସରେ ମ୍ୟାଜିକ୍‌ ଦେଖାଏ । ବବଲୁ ମାଙ୍କଡ ଏକ ସାଧାରଣ ମାଙ୍କଡ ନୁହେଁ ବରଂ ଏହା ଏଆଇ ଦ୍ବାରା ନିର୍ମିତ । AI ଦୁନିଆରୁ ବାହାରି ଏକ ଟ୍ରାଭେଲ୍‌ ଇନଫ୍ଲୁଏନସର୍‌ ହୋଇଛି । ଯିଏକି ପୁରା ଭାରତ ବୁଲୁଛି ।  ଆଉ ଶୁଦ୍ଧ ଦେଶୀ ଶୈଳୀରେ ବ୍ଲଗ୍ ତିଆରି କରି ଲୋକମାନଙ୍କୁ ଭାରତ ଭ୍ରମଣ କରାଉଛି । ଏହାର ପ୍ରତ୍ୟେକ କଥା  ଆପଣଙ୍କ ମୁହଁ ଖୁସି ନେଇଆସିବ ।  ବବ୍‌ଲୁର ଏହି ପରି ମଜାଳିଆ କଥା ଲୋକଙ୍କ ମନ ଜିଣୁଛି । ମାଙ୍କଡ଼ର ଚାଲି, ଦେଶୀ ଢଙ୍ଗ, ହିନ୍ଦିରେ କଥାବାର୍ତ୍ତ ସବୁ କିଛି  ପୂରା ବାସ୍ତବ   ଲାଗୁଛି।  କିଛି ଲୋକ  ବିଶ୍ବାସ କରୁପାରୁନାହାଁନ୍ତି ବବ୍ଲୁ ବନ୍ଦର ଏନିମେଟେଡ୍‌ ବୋଲି ।

ବବଲୁର ବିଶେଷତ୍ୱ ହେଉଛି ଯେ ସେ ହିନ୍ଦୀ ଏବଂ ଦେଶୀ ଶୈଳୀରେ କଥା ହେଉଛି । ସେ ଭାରତର କୋଣଅନୁକୋଣରେ ବୁଲୁଛି ଏବଂ  ମଜାଦାର କମେଣ୍ଟ ଦେଇ ଲୋକଙ୍କ ହୃଦୟ ଜିତୁଛି । ଦିଲ୍ଲୀର ରାସ୍ତାରେ ଚାଟ୍ ଖାଇବା ହେଉ କିମ୍ବା ଗୋଆର ବେଳାଭୂମିରେ ମଜା କରିବା, କିମ୍ବା ହରିଦ୍ୱାରରେ ଗଙ୍ଗା ବୁଡ଼ ପକାଇବା, ବବଲୁର ଦେଖିବାକୁ ମିଳୁଛି ମଜାଦାର ରିଲ୍ । ଭିଡିଓ ଗୁଡ଼ିକରେ ବବଲୁ କେତେବେଳେ ମନ୍ଦିର ଦର୍ଶନ କରୁଥାଏ ତ ଆଉ କେତେବେଳେ ଟ୍ରେନରେ ଯାତ୍ରା କରିବାର ମଜାଦାର କାହାଣୀ କହିଥାଏ । ୧୦ କୋଟି ଭ୍ୟୁ ଏବଂ ୮୦ ଲକ୍ଷ ଲାଇକ୍ ଦର୍ଶାଉଛି ଯେ ବବଲୁ କେବଳ ଜଣେ ଭର୍ଚୁଆଲ୍ ମାଙ୍କଡ଼ ନୁହେଁ, ବରଂ ଏକ ସୋସିଆଲ ମିଡିଆ ସେନସେସନ୍।

ଏବେ ପ୍ରଶ୍ନ ଆସୁଛି ବବୁଲର ପ୍ରକୃତ କ୍ରିଏଟର କିଏ ? ବବଲୁ ମାଙ୍କଡ଼ର ଚରିତ୍ର ଏତେ ବାସ୍ତବ ଦେଖାଯାଉଛି ଯେ ଲୋକମାନେ ବିଶ୍ୱାସ କରିପାରିବେନି କି ଏହା ଏକ ଆନିମେଟେଡ୍ ଚରିତ୍ର । ଅନେକ ଗଣମାଧ୍ୟମ ରିପୋର୍ଟ ଯାଞ୍ଚ କରିବା ପରେ ଏହା ଜଣାପଡିଛି ଯେ ବବଲୁ ବନ୍ଦରର କ୍ରିଏଟର ହେଉଛନ୍ତି ଲଖନ ସିଂହ । ସେ ଦିଲ୍ଲୀର ବାସିନ୍ଦା। ଲଖନ ତାଙ୍କ କ୍ରିଏସନରୁ ବବଲୁ ବନ୍ଦରର ଅବତାର କ୍ରିଏଟ କରିଥିଲେ । ଏହା ଜରିଆରେ ସେ ଲୋକଙ୍କୁ ଭାରତ ଦେଖାଇବାର କାମ କରୁଛନ୍ତି । ଲଖନ ସିଂହ ନିଜକୁ ଜଣେ ଡିଜାଇନର୍, କ୍ରିଏଟର ଏବଂ ଡ୍ରିମର କହିଥାନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.