ଏହି ୬ ଟି ଦେଶରେ Whatsappରେ ଲାଗିଛି ତାଲା, ଜାଣନ୍ତୁ ବ୍ୟାନର କାରଣ…

Published By : Prameya-News7 Bureau | June 17, 2025 IST

ନୂଆଦିଲ୍ଲୀ ୧୭।୦୬; ହ୍ଵାଟ୍ସଆପ୍‌ ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ଆପ୍ ମଧ୍ୟରୁ ଗୋଟିଏ। ମେଟାର ଏହି ଇନଷ୍ଟାଣ୍ଟ ମେସେଜିଂ ଆପ୍ ବିଶ୍ୱର ଅଧିକ ବ୍ୟବହୃତ ସୋସିଆଲ ମିଡିଆ ଆପ୍ । ଏହାର ସାରା ବିଶ୍ୱରେ ୨.୯୫ କୋଟିରୁ ଅଧିକ ଆକ୍ଟିଭ୍‌ ୟୁଜର୍ସ ଅଛନ୍ତି। ଭାରତରେ ସବୁଠାରୁ ଅଧିକ ଅଛନ୍ତି ଏହାର ୟୁଜର୍ସ । ଭାରତରେ ପ୍ରାୟ ୬୦ କୋଟି ୟୁଜର୍ସ ଏହି ଆପ୍ ବ୍ୟବହାର କରନ୍ତି। ହେଲେ ଏପରି ଅନେକ ଦେଶ ଅଛି। ଯେଉଁଠାରେ ମେଟାର ଏହି ଆପ୍ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ବ୍ୟାନ୍ କରାଯାଇଛି।

ଚୀନ୍: ଭାରତର ପଡ଼ୋଶୀ ଦେଶ ଚୀନ୍‌ରେ ହ୍ୱାଟ୍ସଆପ୍ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ କରାଯାଇଛି। ଚୀନ୍ ସରକାର ବିଦେଶୀ ୱେବସାଇଟ୍ ଏବଂ ଆପ୍ ଉପରେ କଡ଼ା ନଜର ରଖେ। ରାଜନୈତିକ ନିୟନ୍ତ୍ରଣ, ସୁରକ୍ଷା ଚିନ୍ତା ଏବଂ ଘରୋଇ ଟେଲିକମ୍ ଶିଳ୍ପର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାକାର ବାମପନ୍ଥୀ ସରକାର ହ୍ୱାଟ୍ସଆପ୍ ଉପରେ ବ୍ୟାନ୍ ଲଗାଇଛି। ଚୀନ୍‌ରେ ୟୁଜର୍ସ ହ୍ୱାଟ୍ସଆପ୍ ବଦଳରେ WeChat ବ୍ୟବହାର କରନ୍ତି।ଯାହା ସମ୍ପୂର୍ଣ୍ଣ ଭାବରେ ଚୀନ୍ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ।

ଇରାନ୍: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି। ଇରାନ ହ୍ୱାଟ୍ସଆପ୍ ଉପରେ ବ୍ୟାନ୍ ଲଗାଇଛି। ଏହା ସେଠାକାର ସରକାରଙ୍କ ରଣନୀତିର ଏକ ଅଂଶ। ଅଶାନ୍ତ ରାଜନୈତିକ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଇରାନ୍ ସମୟ ସମୟରେ ହ୍ୱାଟ୍ସଆପ୍ ଉପରେ ବ୍ୟାନ୍ ଲଗାଏ। ଗତ ବର୍ଷ ଡିସେମ୍ବରରେ ଇରାନ୍ ହ୍ୱାଟ୍ସଆପ୍ ଉପରୁ ବ୍ୟାନ୍ ଉଠାଇବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବର୍ତ୍ତମାନ ଇରାନରେ ହ୍ୱାଟସଆପର ଅନେକ ଫିଚର୍ କାମ କରୁନାହିଁ।

ସିରିଆ: ଅନ୍ୟ ଏକ ଇସଲାମିକ ଦେଶ ସିରିଆରେ ହ୍ୱାଟସଆପ ସମ୍ପୂର୍ଣ୍ଣ ନିଷିଦ୍ଧ। ସାଧାରଣ ସୂଚନା ଲିକ୍ ହେବାରୁ ରୋକିବା ପାଇଁ ସେଠାକାର ସରକାର ଇନଷ୍ଟାଣ୍ଟ ମେସେଜିଂ ଆପ୍ ଉପରେ ନିଷେଧ କରିଛନ୍ତି। ସିରିଆ ସରକାରଙ୍କ ଇଣ୍ଟରନେଟ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖେ। ଯାହା ଯୋଗୁଁ ସେଠାରେ ଅନେକ ୱେବସାଇଟ୍ ମଧ୍ୟ ନିଷେଧ।

UAE: ସଂଯୁକ୍ତ ଆରବ ଏମିରେଟ୍ସରେ ହ୍ୱାଟସଆପ ସମ୍ପୂର୍ଣ୍ଣ ନିଷେଧ ନୁହେଁ। ଏଠାରେ ହ୍ୱାଟସଆପରେ ମେସେଜିଂ ଫିଚର୍ କାମ କରେ, କିନ୍ତୁ ଭଏସ୍ ଏବଂ ଭିଡିଓ କଲିଂ ସମ୍ପୂର୍ଣ୍ଣ ନିଷେଧ। ଘରୋଇ ଟେଲିକମ୍ କମ୍ପାନୀ ଗୁଡ଼ିକର ସ୍ୱାର୍ଥକୁ ଧ୍ୟାନରେ ରଖି, ସେଠାକାର ସରକାର କଲିଂ ଫିଚର୍ ଉପରେ ନିଷେଧ କରିଛନ୍ତି।

କତାର: UAE ପରି, କତାରରେ ହ୍ୱାଟସଆପ ସମ୍ପୂର୍ଣ୍ଣ ନିଷେଧ ନୁହେଁ। ସେଠାକାର ସରକାର ହ୍ୱାଟସଆପରେ ମେସେଜିଂ ଫିଚର୍ ଉପରେ ନିଷେଧ କରିନାହାଁନ୍ତି। ତଥାପି, ୟୁଜର୍ସମାନେ ହ୍ୱାଟସଆପ ମାଧ୍ୟମରେ ଭଏସ୍ ଏବଂ ଭିଡିଓ କଲିଂର ମଜା ନେଇପାରିବେ ନାହିଁ।

ଉତ୍ତର କୋରିଆ: ଉତ୍ତର କୋରିଆରେ କିମ୍ ଜୋଙ୍ଗଙ୍କ ଏକଛତ୍ରବାଦୀ ସରକାର କେବଳ ହ୍ୱାଟସଆପ ନୁହେଁ ବରଂ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନିଷେଧ କରିଛି। ଉତ୍ତର କୋରିଆ ଏବେ ବି ୧୦ ବର୍ଷ ପୁରୁଣା ଇଣ୍ଟରନେଟ୍ ଯୁଗରେ ଅଛି। ସେଠାକାର ସରକାର ଏହାର ନାଗରିକମାନଙ୍କୁ ବିଶ୍ୱ ଇଣ୍ଟରନେଟ୍ ପ୍ରବେଶ ଦେଇନାହିଁ। ଏହା ବ୍ୟତୀତ, ସରକାର ସେଠାକାର ଲୋକଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.