ଆମେରିକାରେ ପ୍ରଦର୍ଶନ ରୋକିବା ପାଇଁ ସେନା ଓହ୍ଲାଇଲେ ଟ୍ରମ୍ପ, ବିଶେଷଜ୍ଞ କହିଲେ-କଣ ବିରୋଧର ସବୁ ସ୍ୱରକୁ ଚାପି ଦିଆଯିବ

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସ୍‌ରେ ୨୦୦୦ ନ୍ୟାସନାଲ୍ ଗାର୍ଡ ସୈନକଙ୍କୁ ମୁତୟନ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଭିନ୍ନମତ ଏବଂ ପ୍ରତିବାଦ ଉପରେ 'ଗଭୀର ପ୍ରଭାବ' ପକାଇପାରେ । ଅପ୍ରବାସନ ଚଢାଉ ପରେ ଫେଡେରାଲ୍ ଏଜେନ୍ସିଗୁଡ଼ିକ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଏହି ମୁତୟନ କରାଯାଇଛି । ଏଜେନ୍ସି ରଏଟର୍ସକୁ ପ୍ରତିକ୍ରିୟା ଦେଇ ଅଭ୍ୟାନ୍ତରୀଣ ସୁରକ୍ଷା ଓ ଆଇନ ବିଷାରଦ ଏହା କହିଛନ୍ତି । ପ୍ରଦର୍ଶନ ପରେ ପୋଲିସ ଏବଂ ଫେଡେରାଲ୍ ବୋର୍ଡର ପେଟ୍ରୋଲ ଏଜେଣ୍ଟ୍ସର କିଛି ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ଯେଉଁଥି ପାଇଁ ପ୍ରଦର୍ଶନକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ପ୍ରୋୟଗ କରାଯାଇଥିଲା । 

ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ଲ’ ସ୍କୁଲର ପ୍ରଫେସର ଡାନିଏଲ୍ ଉର୍ମାନ କହିଛନ୍ତି ଯେ 'ବିଦ୍ରୋହ' ପରିସ୍ଥିତିରେ ନ୍ୟାସନାଲ୍ ଗାର୍ଡ ମୁତୟନ କରିବା ନେଇ ଟ୍ରମ୍ପଙ୍କ ଆଇନଗତ ଅଧିକାର ଅଛି । କିଛି ବଡ଼ ଧରଣର ଅଶାନ୍ତି ହେଲେ, ଗଭର୍ଣ୍ଣରଙ୍କ ଅନୁରୋଧରେ ଏହା କରାଯାଏ । କିନ୍ତୁ ଲସ୍ ଆଞ୍ଜେଲସ୍‌ରେ ହେଉଥିବା ପ୍ରତିବାଦ ସେହି ସ୍ତରର ନୁହେଁ । 

ଉର୍ମାନଙ୍କ ଅନୁସାରେ, 'ଏହି ପଦକ୍ଷେପ ପ୍ରଦର୍ଶନକୁ ଦମନ କରିବା ଉଦ୍ଦେଶ୍ୟରେ ନିଆଯାଇଛି ।' ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଟ୍ରମ୍ପ ସେହି ଅରାଜକତାକୁ ଶେଷ କରିବା ପାଇଁ ରାଷ୍ଟ୍ରପତି ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ଦୀର୍ଘ ଦିନରୁ ବଢିଆସିଛି । ତେବେ, କାଲିଫର୍ନିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଏହି ନିଷ୍ପତ୍ତିକୁ 'ଜାଣିଶୁଣି ଉତ୍ତେଜନା ବଢାଇବା ବୋଲି କହିଛନ୍ତି। 

ସରକାରୀ ସୂତ୍ର ଅନୁଯାୟୀ, ପ୍ରଶାସନ ଏପର୍ଯ୍ୟନ୍ତ ବିଦ୍ରୋହ ଆଇନ ବ୍ୟବହାର କରିନାହିଁ । ୧୮୦୭ ମସିହା ଆଇନ ଆମେରିକାର ରାଷ୍ଟ୍ରପତିଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଘରୋଇ ଅଶାନ୍ତିକୁ ଦମନ କରିବା ପାଇଁ ସେନା ମୁତୟନ କରିବାର ଅଧିକାର ଦିଏ । ଏହାକୁ ଶେଷ ଥର ପାଇଁ ୧୯୯୨ ମସିହାରେ ଲସ୍ ଆଞ୍ଜେଲସ୍ ଦଙ୍ଗା ସମୟରେ କାଲିଫର୍ନିଆର ଗଭର୍ଣ୍ଣରଙ୍କ ଅନୁରୋଧରେ ଲାଗୁ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.