ନିଜ ପିଲା ଯଦି ସମଲିଙ୍ଗୀ ହୋଇ ଯା’ନ୍ତି, ତ କିପରି ଅନୁଭବ କରିବେ ? ଅନେକ ଦେଶରେ ସର୍ଭେରେ ଲୋକେ କହିଲେ ...

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ : ଥାଇଲାଣ୍ଡରେ ଚଳିଚ ବର୍ଷ ସମଲିଙ୍ଗୀ ସଂପର୍କକୁ ମଞ୍ଜୁରୀ ମିଳି ଯାଇଛି। ଏହା ବ୍ୟତୀତ ଭାରତରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କକୁ ଅପରାଧିକ ଶ୍ରେଣୀରୁ ହଟେଇ ଦେଇଛନ୍ତି। କିନ୍ତୁ ବିବାହକୁ ଅନୁମତି ଦେବାକୁ ନେଇ ବିତର୍କ ଜାରି ରହିଛି। ଏକ ବଡ଼ ବର୍ଗ ଏହାକୁ ନେଇ ଅସହଜ ମନେ କରିଛନ୍ତି। ଏ ଭିତରେ ଏକ ଆକର୍ଷଣୀୟ ସର୍ଭେ ଆମେରିକୀୟ ରିସର୍ଚ୍ଚ ସଂସ୍ଥା ପ୍ୟୁ କରିଛି। ପ୍ୟୁ ରିସର୍ଚ୍ଚର ସର୍ଭେରେ ଭାରତ ସମେତ ୧୫ଟି ଦେଶର ଲୋକଙ୍କୁ ପଚରା ଯାଇ ଥିଲା ଯେ, ଯଦି ତାଙ୍କ ପିଲା ସମଲିଙ୍ଗୀ ହୋଉ ଯା’ନ୍ତି , ତ ସେମାନେ କେମିତି ଅନୁଭବ କରିବେ। ଏହାକୁ ସହଜତାର ସହ ସ୍ୱୀକାର କରିବେ ନା ଆପତ୍ତି କରିବେ।

ଏହି ସର୍ଭେରେ ସାମିଲ ଭାରତୀୟଙ୍କୁ ଯେବେ ଏମିତି ପ୍ରଶ୍ନ ପଚରା ଯାଇଥିଲା , ତ ୫୬ ପ୍ରତିଶତ ଲୋକେ କହି ଥିଲେ ଯେ, ତାଙ୍କୁ ସମସ୍ୟା ହେବ। ସେ କହିଥିଲେ ଯେ, ଯଦି ତାଙ୍କ ପିଲା ସମଲିଙ୍ଗୀ ସଂପର୍କ ଆଡ଼କୁ ଆକର୍ଷିତ ହୁଅନ୍ତି  କିମ୍ୱା ଏମିତି କରନ୍ତି ତ ଏହାକୁ ସେ ପସନ୍ଦ କରିବେ ନାହିଁ ଏବଂ ତାଙ୍କୁ ସମସ୍ୟା ହେବ। ଏହା ବ୍ୟତୀତ ୯ ପ୍ରତିଶତ ଲୋକେ କହିଛନ୍ତିଯେ, ନା ସେମାନେ ପସନ୍ଦ କରିବେ ନା  କି ଅସହଜ ମନେକରିବେ। ଏହା ବ୍ୟତୀତ ୧୬ ପ୍ରତିଶତ ଲୋକେ ଏମିତି ହିଁ ଥିଲେ, ଯିଏକି କହିଥିଲେ କି, ତାଙ୍କୁ କୌଣସି ସମସ୍ୟା ହେବ ନାହିଁ। ଅନ୍ୟପଟେ ୧୯ ପ୍ରତିଶତ ଲୋକେ କୌଣସି ଜବାବ ଦେବାକୁ ମନା କରିଦେଇ ଥିଲେ । ପ୍ୟୁ ରିସର୍ଚ୍ଚ ପକ୍ଷରୁ ଯେଉଁ ୧୫ଟି ଦେଶରେ ଏହି ସର୍ଭେ କରାଯାଇଛି, ଏଥିରୁ ଅଧିକ ମଧ୍ୟମ ଆୟୁ ବର୍ଗର ଅଛନ୍ତି। 

ଏଥିରେ ଇଣ୍ଡୋନେସିଆ, ତୁର୍କୀ , ବାଂଲାଦେଶ , ସାଉଥ୍‌ ଆଫ୍ରିକା , ବ୍ରାଜିଲ ଓ ଆର୍ଜେଣ୍ଟିନା ଅନ୍ତର୍ଭୁକ୍ତ ଅଛି। ପିଲାଙ୍କ ସମଲିଙ୍ଗୀୟ ସମ୍ୱନ୍ଧକୁ ସବୁଠୁ ଅଧିକ ବିରୋଧ କରୁଥିବା ଦେଶ ମଧ୍ୟରେ ଘାନା ରହିଛି। ଏଠାରେ ୯୫ ପ୍ରତିଶତ ଲୋକଙ୍କ କହିବାନୁସାରେ, ପିଲାଙ୍କର ସମଲିଙ୍ଗୀ ହେବା ସେମାନେ ପସନ୍ଦ କରିବେ ନାହିଁ। ଅନ୍ୟପଟେ ଇଣ୍ଡୋନେସିଆରେ ଏମିତି ୯୪ ପ୍ରତିଶତ ଲୋକ ଅଛନ୍ତି, ଯିଏ ପିଲାଙ୍କର ଗେ ବା ଲେସବିୟନ ହେବାକୁ କେବେ ପସନ୍ଦ କରିବେ ନାହିଁ। ନାଇଜେରିଆରେ ଏମିତି ଲୋକଙ୍କ ସଂଖ୍ୟା ୯୧ପ୍ରତିଶତ ଥିବା ବେଳେ ତୁର୍କୀରେ ୮୭ ପ୍ରତିଶତ ଲୋକ ଏହା ବିରୋଧରେ। ପ୍ରମୁଖ ତଥ୍ୟ ଏହା ଯେ, ଅଧିକାଂଶ ମୁସଲିମ୍‌ ଦେଶର ବଡ଼ ଜନସଂଖ୍ୟା ସମଲିଙ୍ଗୀ ସମ୍ୱନ୍ଧକୁ କେବେ ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ଚାହାନ୍ତି ନାହିଁ ଯେ, ତାଙ୍କ ପିଲା ଏ ଦିଗକୁ ବଢନ୍ତୁ।

କେନିଆରେ ୮୭ ପ୍ରତିଶତ ବାଂଲାଦେଶରେ ୬୦ ପ୍ରତିଶତ ଲୋକ ପିଲାଙ୍କର ଏମିତି ସମ୍ୱନ୍ଧରେ ଯିବା ବିରୋଧରେ। ପେରୁରେ ୫୯ ପ୍ରତିଶତ ଓ ସମଲିଙ୍ଗୀୟ ବିବାହକୁ ମାନ୍ୟତା ଦେଉ ଥିବା ଥାଇଲାଣ୍ଡରେ ଏମିତି ଲୋକଙ୍କ ସଂଖ୍ୟା ୫୭ ପ୍ରତିଶତ ରହିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାରେ ଏମିତି ୫୬ ପ୍ରତିଶତ ଲୋକ ଅଛନ୍ତି। ଆର୍ଜେଣ୍ଟିନାରେ ଏମିତି ଲୋକଙ୍କ ସଂଖ୍ୟା ଅଧିକ ରହିଛି, ଯିଏ ପିଲାଙ୍କ ସମଲିଙ୍ଗି ସମ୍ୱନ୍ଧରେ ଯିବାକୁ ନେଇ ଅସହଜ ନୁହନ୍ତି । ଆର୍ଜେଣ୍ଟିନାର ୩୨ ପ୍ରତିଶତ ଲୋକେ ହିଁ କହିଛନ୍ତି ଯେ, ସେମାନେ ସମଲିଙ୍ଗୀ ସମ୍ୱନ୍ଧରେ ଯିବା ବିରୋଧରେ। ବ୍ରାଜିଲରେ ଏମିତି ଲୋକଙ୍କ ସଂଖ୍ୟା ୩୮ ପ୍ରତିଶତ ଏବଂ ମେକ୍ସିକୋରେ ୪୫ ପ୍ରତିଶତ ରହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.