ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ପାଶ୍ଚାତ୍ୟ ଦେଶ ଉଦ୍ୟମ କରୁଛନ୍ତି । ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଏହି ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ଜାଣିଶୁଣି ଏସିଆର ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଛନ୍ତି ।
ଲାଭରୋଭ୍ କହିଛନ୍ତି, 'ବର୍ତ୍ତମାନ ସମୟରେ ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ଯାହା ଘଟୁଛି, ତାହାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତ-ପ୍ରଶାନ୍ତ କ୍ଷେତ୍ର ଭାବେ ସମ୍ୱୋଧିତ କରୁଛନ୍ତି । ଯାହା ସେମାନଙ୍କ ଚୀନ-ବିରୋଧୀ ନୀତିକୁ ସ୍ପଷ୍ଟ କରୁଛି । ଯେଉଁଥି ପାଇଁ ଆମର ଦୁଇ ଭଲ ବନ୍ଧୁ ଏବଂ ଦୁଇ ପଡ଼ୋଶୀ ଭାରତ ଓ ଚୀନ ମଧ୍ୟରେ ପ୍ରଭେଦ ସୃଷ୍ଟି ହୋଇପାରେ ।' ଲାଭରୋଭ୍ ଆହୁରି କହିଛନ୍ତି, 'ନିକଟରେ ରାଷ୍ଟ୍ରପତି ପୁଟିନ୍ ପୁଣି ଥରେ ଏହି ନୀତି ଉପରେ ଆଲୋତପାତ କରିଥିଲେ- ‘ବିଭାଜନ କର ଓ ଶାସନ କର’।'
The West Is Plotting To Fracture India-Russia-China Relations, Says 🇷🇺 FM Lavrov
— RT_India (@RT_India_news) May 16, 2025
Western policy in the region is an attempt to make a "clash" between "our great friends and neighbours India and China,” he said. pic.twitter.com/qKNgolOjA2
ରୁଷ ବିଦେଶ ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ, ଆଞ୍ଚଳିକ ବ୍ୟାପାରରେ ASEAN ଭୂମିକାକୁ ହ୍ରାସ କରିବା ପାଇଁ ପାଶ୍ଚାତ୍ୟ ରଣନୀତି କରୁଛି । ବିଶ୍ୱର ଅନ୍ୟ କୋଣ ପରି, ପାଶ୍ଚାତ୍ୟ ଶକ୍ତି ଏହି ଅଞ୍ଚଳରେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାକୁ ଚାହୁଁଛି । ଦଶନ୍ଧି ଦଶନ୍ଧି ଧରି ଅଞ୍ଚଳରେ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ASEANକୁ ଦୁର୍ବଳ କରାଯାଉଛି ।
ASEAN ହେଉଛି ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ସଂଘ । ୧୦ ଦକ୍ଷିଣ ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ବ୍ରୁନେଇ, ମିଆଁମାର, କାମ୍ବୋଡିଆ, ଲାଓସ୍ ଏବଂ ଭିଏତନାମ୍ର ଏକ ଆଞ୍ଚଳିକ ବ୍ଲକ୍ । ଏହି ଗୋଷ୍ଠୀ ଅଞ୍ଚଳରେ ଆର୍ଥିକ ଏବଂ ସୁରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଏ ।