ଭୁବନେଶ୍ବର ୧୬।୫: ଯାଜପୁର ଜିଲ୍ଲାରେ ଟାଟା କରିବ ୬୪ ହଜାର କୋଟିର ପ୍ରକଳ୍ପ । ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୨୨ ତାରିଖର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ଜିଲ୍ଲାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ । ମୋଟ୍ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କେବଳ MOU ନକରି କାର୍ଯ୍ୟ ଜାରି ରଖିଛନ୍ତି ସରକାର ତାହାନୁହେଁ, JSW ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆଗକୁ ପ୍ରକଳ୍ପ ଗ୍ରାଉଣ୍ଡିଂ ହେବ । ଜଗତସିଂପୁରରେ ପୋସ୍କୋ ସ୍ଥାନରେ JSW ପ୍ଲାଣ୍ଟ କରୁଛି । କାମ ଆରମ୍ଭ ହେଲାଣି । AMNS ପାରାଦୀପରେ କାମ ଆରମ୍ଭ କରିଛି । କେନ୍ଦ୍ରାପଡ଼ାରେ କାମ ଜାରି ରହିଛି । ପୂର୍ବରୁ ଯେଉଁ ଶିଳ୍ପ ଅନୁଷ୍ଠାନ ଶିଳ୍ପ ପାଇଁ ଜମି ନେଇଥିଲେ କାମ ଆରମ୍ଭ କରନ୍ତୁ । କାମ ଆରମ୍ଭ ହୋଇନଥିଲେ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବେ ସରକାର । କେତେ ଶିଳ୍ପ ଆରମ୍ଭ ହୋଇଛି, କେତେ ଆରମ୍ଭ ହୋଇନି ତାଲିକା ପ୍ରସ୍ତୁତ ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।
You Can Read: