ବିବାହ କରିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ, ଜାଣନ୍ତୁ ବାହା ହେବେ କାହାକୁ?

Published By : Prameya-News7 Bureau | April 17, 2025 IST

କୋଲକାତା ୧୭।୪: ପଶ୍ଚିମବଙ୍ଗ ରାଜନୈତିକ ଅଳିନ୍ଦରେ ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। କାରଣ ପୂର୍ବତନ ଲୋକସଭା ସଦସ୍ୟ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଘୋଷ ତାଙ୍କରି ଦଳର ସକ୍ରିୟ ନେତ୍ରୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିବେ। ଦିଲ୍ଲୀପ ଘୋଷ ଓ ରିଙ୍କୁ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ। ତେବେ ସେମାନଙ୍କ ପ୍ରେମ ସମ୍ପର୍କ ଲୋକ ଲୋଚନକୁ ଆସି ନଥିଲା। ଏଣୁ ସେମାନଙ୍କ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହରେ ପରିବର୍ତ୍ତିତ ହେବାକୁ ଯାଉଛି। 

କୁହାଯାଉଛି ଦିଲ୍ଲୀପ ଘୋଷ ୧୮ ଏପ୍ରିଲ ଶୁକ୍ରବାର କୋଲକାତା ନ୍ୟୁଟାଉନ ସ୍ଥିତ ତାଙ୍କ ବାସଭବନରେ ରିଙ୍କୁଙ୍କ ସହିତ କୋର୍ଟ ମ୍ୟାରେଜ କରିବେ। କୋର୍ଟ ମ୍ୟାରେଜ ପରେ ଦିଲ୍ଲୀପ ଓ ରିଙ୍କୁ କୌଣସି ଏକ ଶୁଭ ସମୟରେ ହିନ୍ଦୁ ରିତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ତେବେ ଏହି କୋର୍ଟ ମ୍ୟାରେଜକୁ ରିଙ୍କୁ ଓ ଦିଲ୍ଲୀପ ଘୋଷଙ୍କ ବନ୍ଧୁ ଓ ସମ୍ପର୍କୀୟ ଯୋଗ ଦେବେ ବୋଲି ଜଣାପଡିଛି। ଏହି ଖବରକୁ ନେଇ ଦିଲ୍ଲୀପ ଘୋଷଙ୍କୁ ପଚରା ଯିବାରେ ସେ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ସେ ଏଥି ପାଇଁ ସାମାନ୍ୟ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି। 

ବିଜେପି ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତି ପରେ ଜାତୀୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହି ନିର୍ବାଚନ କେବଳ ପାର୍ଟିର ଶୀର୍ଷ ନେତୃତ୍ୱ ନୁହନ୍ତି ବରଂ ଆଗାମୀ ନିର୍ବାଚନ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବେଙ୍ଗଲ ବିଜେପିର ପୂର୍ବତନ ଅଧ୍ୟକ୍ଷଙ୍କ ବିବାହ ମଧ୍ୟ ଅନୁଷ୍ଠିତ ହେବ। ଏଣୁ କୋର୍ଟ ମ୍ୟାରେଜ ପରେ ଉଭୟ ନେତା ସମୟ ଓ ସୁଯୋଗ ଦେଖି ହିନ୍ଦୁ ପରିଣୟରେ ବିବାହ କରିବେ ବୋଲି ଅନୁମାନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.