ଶର୍ମିଷ୍ଠା ପାନୋଲୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ୱାଜାହତ ଖାନ ଫେରାର୍: ଧରିବାକୁ କୋଲକାତା ଆସିବ ଆସାମ ପୁଲିସ

Published By : Prameya-News7 Bureau | June 03, 2025 IST

INDIATODAY

କୋଲକାତା: ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଶର୍ମିଷ୍ଠାଙ୍କ ବିରୁଦ୍ଧରେ ଥାନାରେ ମାମଲା କରିଥିବା କୋଲକାତାର ୱାଜାହତ ଖାନ ଏବେ ନିଖୋଜ୍ ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଖୋଜୁଛି। ୱାଜାହତଙ୍କ ଅଭିଯୋଗରେ ପୁଲିସ ୨୨ ବର୍ଷୀ ଶର୍ମିଷ୍ଠାଙ୍କୁ ଗିରଫ କରିଥିଲା। ହେଲେ ଏବେ ନିଜେ ଅଭିଯୋଗକାରୀ ଫେରାର ହୋଇଯାଇଛନ୍ତି।  

ୱାଜାହତ ବାପାଙ୍କ କହିବା ଅନୁଯାୟୀ ସେ ନିଖୋଜ ଅଛନ୍ତି। ଶୁକ୍ରବାର ପୁଲିସ ପାନୋଲିଙ୍କୁ ଗିରଫ କରିବା ପରେ ସେବେଠାରେ ୱାଜାହତ ରାଜନୈତିକ ବିବାଦ ଏବଂ ଆଇନଗତ ସମସ୍ୟାର କେନ୍ଦ୍ରରେ ପାଇଛନ୍ତି। ଅତି କମରେ ତାଙ୍କ ବିରୁଦ୍ଧରେ ୩ ରାଜ୍ୟରେ ଏଫଆଇଆର ରୁଜୁ ହୋଇଛି। ୱାଜାହତଙ୍କୁ ଗିରଫ କରିବା ପାଇଁ ଆସାମ ଏକ ପୋଲିସ ଦଳ ପଠାଇବାକୁ ପ୍ରସ୍ତୁତ ହୋଇଛି।

ପଶ୍ଚିମବଙ୍ଗ, ଆସାମ ଏବଂ ଦିଲ୍ଲୀ ପୋଲିସ ୱାଜାହତଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରି ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି। ତାଙ୍କ ବାପା ସାଦତ ଖାନଙ୍କ କହିବା ଅନୁଯାୟୀ, ପାନୋଲୀଙ୍କ ବିରୁଦ୍ଧରେ ମାମଲା ହେବା ପରେ କାଙ୍କୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଥିଲା। ଫୋନ୍ କରି ଗାଳିଗୁଲଜ କରିବା ସହିତ ଧମକ ଦିଆଯାଉଥିଲା। ଏହାପର ଠାରୁ ସେ ନିଖୋଜ ହୋଇଯାଇଛନ୍ତି।  ୱାଜାହତ ଖାନଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରିବା ପାଇଁ ଦିସପୁରର ଏକ ପୋଲିସ ଦଳ ପଶ୍ଚିମବଙ୍ଗ ଯାତ୍ରା କରିବାକୁ ଯାଉଥିବା ସୂଚନା ମିଳିଛି।

ତେବେୱାଜାହତ ଖାନ କିଏ ଆସନ୍ତୁ ଜାଣିବା

ୱାଜାହତ ଖାନ ହେଉଛନ୍ତି କୋଲକାତା ସ୍ଥିତ ରାଶିଦି ଫାଉଣ୍ଡେସନର ସାଧାରଣ ସମ୍ପାଦକ। ଏହି ସଂଗଠନ ଶର୍ମିଷ୍ଠା ପାନୋଲିଙ୍କ ବିରୁଦ୍ଧରେ ପ୍ରାରମ୍ଭିକ ଅଭିଯୋଗ ଦାଖଲ କରିଥିଲା। ଏପଟେ ଶ୍ରୀରାମ ସ୍ୱାଭିମାନ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୱାଜାହତଙ୍କ ବିରୁଦ୍ଧରେ ମଙ୍ଗଳବାର ଥାନାରେ ମାମଲା କରାଯାଇଛି। ୱାଜାହତ ପାନୋଲିଙ୍କ ବିରୁଦ୍ଧରେ ଯେଉଁ କୋଲକାତାର ଗାର୍ଡେନ୍ ରିଚ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଟ୍ରଷ୍ଟ ମଧ୍ୟ ସେହି ଥାନାରେ ୱାଜାହତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।  ୱାଜାହତ ଖାନ ହିନ୍ଦୁ ସମ୍ପ୍ରଦାୟ ଓ ହିନ୍ଦୁ ଦେବାଦେବୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୋଲି ଟ୍ରଷ୍ଟ ଅଭିଯୋଗ କରିଛି। ଏଥିସହିତ ୱାଜାହତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଏହି ଟ୍ରଷ୍ଟ ଦାବି କରିଛି। 

ଶ୍ରୀରାମ ସ୍ୱାଭିମାନ ପରିଷଦ ଚାରିଟେବଲ ଟ୍ରଷ୍ଟର ଏଫଆଇଆର ଆବେଦନରେ ୱାଜାହତ ଖାନଙ୍କ ବିରୁଦ୍ଧରେ ନିମ୍ନଲିଖିତ ଧାରା ଲାଗୁ କରିବାକୁ ପୋଲିସକୁ ଅନୁରୋଧ କରାଯାଇଥିଲା। ଧାରା ୧୯୬(୧)(ଓ) (ଧାର୍ମିକ ଆଧାରରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ଧାରା ୨୯୯ (ଧାର୍ମିକ ଭାବନାକୁ ଆଘାତ ଦେବା), ଧାରା ୩୫୨ (ଶାନ୍ତି ଭଙ୍ଗ କରିବା ପାଇଁ ଉଦ୍ଦେଶ୍ୟମୂଳକ ଅପମାନ), ଧାରା ୩୫୩(୧)(ସି) (ସାର୍ବଜନୀନ ଦୁଷ୍କର୍ମକୁ ଉସୁକାଇବା), ଏବଂ ଅନଲାଇନରେ ଆପତ୍ତିଜନକ ଏବଂ ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ କରିବା ପାଇଁ ଆଇଟି ଆଇନର ଧାରା ୬୬ଓ ଏବଂ ୬୭ ଲଗାଇବାକୁ ଆବେଦନ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.