ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ : ଫାଟକରେ ତାଲା ପକାଇଲେ ଗ୍ରାମବାସୀ

Published By : Prameya-News7 Bureau | August 02, 2025 IST

ଦିଗପହଣ୍ଡି ୨।୮: ଅବ୍ୟବସ୍ଥା ଘେରରେ ରହିଥିବା ବୀର ପଦ୍ମନାଭପୁର ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ । ଉକ୍ତ ପ୍ରାଥମିକ ବିଦ୍ୟାଳୟଟି ରହିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧିନସ୍ଥ ବଡ଼ ଡୁମୁଳା ପଞ୍ଚାୟତରେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଯାହାକି ପିଇବା ପାଣି, ଶୌଚାଳୟ ଆଦି ନଥିବା ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ ପରିସର ଅପରିଷ୍କାର ଭାବେ ପଡ଼ିରହିଛି । ବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇପାରିନାହିଁ । ଶିକ୍ଷକ ମାନେ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନାହାନ୍ତି । ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ହେତୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକେଇ ପ୍ରତିବାଦ କରିଥିଲେ । ପାଚେରୀ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ରହିଥିବା ହେତୁ ରାତିରେ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ମଧ୍ୟାହ୍ନ ଭୋଜନ ନିମ୍ନମାନର ଦିଆଯାଉଥିବା ଅଭିଯୋଗରେ ଦୀର୍ଘ ଘଣ୍ଟା ଧରି ସ୍କୁଲ ଫାଟକ ବନ୍ଦ କରି ପ୍ରତିବାଦ କରିଥିଲେ । ଏହାପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଓ CRS ସହ ସ୍ଥାନୀୟ ସରପଞ୍ଚ ଆସି ଲୋକଙ୍କୁ ବୁଝାସୁଝା କରିବା ସହିତ ୧୦ଦିନ ମଧ୍ୟରେ ତାଙ୍କ ଦାବି ଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପାଠପଢା ସ୍ୱାଭାବିକ ହୋଇଥିଲା ।

You Can Read:

ରାସ୍ତାରୁ ୫୦ଫୁଟ ତଳକୁ ଖସିଲା ହାଇୱା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.