ପାଣି ପାଇଁ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | June 14, 2025 IST

ବିନିକା ୧୪।୬: ପାଣି ପାଇଁ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆପଡା ଗ୍ରାମବାସୀ l ଏକ ମାସ ହେବ ଜଳ ଯୋଗାଣ ହେଉନଥିବାରୁ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି l ଗ୍ରାମରେ ଥିବା ନଳକୂପର ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହେଉନଥିବା ବେଳେ ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ପାଣି  ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏଣୁ ଗ୍ରାମବାସୀ ଜଳ ଯୋଗାଣ ଦାବି ନେଇ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି l ଜଳ ଯୋଗାଣ ନହେବା ପର୍ଯ୍ୟନ୍ତ ଏଠାରୁ ଯିବୁ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

You Can Read:

ଡୁଡୁମା ଜଳପ୍ରପାତରେ ପର୍ଯ୍ୟଟକ ନିଖୋଜ : ମିଳିଛି ଚପଲ, ମିଳୁନି ପତ୍ତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.