ରଥ ଯାତ୍ରାକୁ ଆଉ କେଇ ଦିନ ବାକି, ଏବେ ଯାଏଁ ସରିନି ରଥ ନିର୍ମାଣ କାମ

Published By : Prameya-News7 Bureau | June 18, 2025 IST

ବିନିକା ୧୮।୦୬ : ପାଖେଇ ଆସୁଛି ରଥଯାତ୍ରା । ଏବେ ଯାଏଁ ସରିନି ରଥ ନିର୍ମାଣ କାମ । ଯାହାକୁ ନେଇ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସହରର ବୁଦ୍ଧିଜୀବୀ । 

ସୋନପୁର ସହରରେ ରାଜରାଜୁଡ଼ା ଅମଳରୁ ବେଶ୍‌ ଧୁମ୍‌ଧାମରେ ପାଳନ ହୋଇଆସୁଛି। ରଥଯାତ୍ରା ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁ ଦିନକୁ ଦିନ ଅସ୍ତିତ୍ୱ ହରାଇବାକୁ ବସିଛି । ଚଳିତ ବର୍ଷ  ରଥ ନିର୍ମାଣ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସହରବାସୀ । ଏନେଇ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହି ତୁରନ୍ତ ରଥା ନିର୍ମାଣ କରିବାକୁ ଦାବି କରିଛନ୍ତି । ହାତରେ କମ୍‌ ସମୟ ଥିବାରୁ ତୁରନ୍ତ ରଥ ନିର୍ମାଣ କରିବାକୁ ଦାବି ଉଠିଛି । ଯଦି ସଠିକ୍‌ ସମୟରେ ନିର୍ମାଣ ନହୁଏ, ତେବେ ରଥଯାତ୍ରାରେ ବ୍ୟାଘାତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତୁରନ୍ତ କାମ ଆରମ୍ଭ ହେବ ଏବଂ ଯଥା ସମୟରେ ରଥ କାମ ସରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.