ଲର୍ଡ୍ସରେ କମେଣ୍ଟ୍ରି କରୁଥିବା ବେଳେ ବରୁଣ ଆରୋନଙ୍କୁ IPLରୁ ଆସିଲା ଖୁସିର ଖବର

Published By : Prameya-News7 Bureau | July 14, 2025 IST

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ବରୁଣ ଆରୋନ ଲଣ୍ଡନର ଲର୍ଡ୍ସରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ମ୍ୟାଚ୍‌ରେ କମେଣ୍ଟ୍ରି କରୁଛନ୍ତି। ଏହି ସମୟରେ ତାଙ୍କ ପାଇଁ ଆସିଛି ଗୁଡ ନ୍ୟୁଜ୍। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଆଗାମୀ ସିଜିନରେ ବରୁଣ ଆରୋନଙ୍କୁ ଖେଳାଳି ରୁପେ ନୁହେଁ ବରଂ ଏକ ଦଳର କୋଚ୍ ଭାବେ ଦର୍ଶକ ଦେଖିବାକୁ ପାଇବେ। ସନରାଇଜର୍ସ ହାଇଦ୍ରାବାଦ(ଆଇପିଏଲ୍) ୨୦୨୬ର ସିଜିନ ପୂର୍ବରୁ ବରୁଣ ଆରୋନଙ୍କୁ ନିଜର ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି। ଏସଆରଏଚ ଏହି ଘୋଷଣା ସେହି ସମୟରେ କରିଛି ଯେତେବେଳେ ଆରୋନ ଲର୍ଡ୍ସରେ କମେଣ୍ଟ୍ରି କରୁଛନ୍ତି।

Also read:  ମହମ୍ମଦ ସିରାଜ୍‌ଙ୍କୁ ଝଟ୍‌କା, ଲର୍ଡସ ଟେଷ୍ଟରେ ବିଶୃଙ୍ଖଳା ପାଇଁ ଆଇସିସି ଲଗାଇଲା ଜରିମାନା

୨୦୧୬ ସିଜିନର ଚାମ୍ପିଅନ ହାଇଦ୍ରାବାଦ ନିଜର ଆନୁଷ୍ଠାନିକ ଏକ୍ସରେ ବରୁଣ ଆରୋନଙ୍କୁ ନେଇ ସୂଚନା ଦେଇଛି। ଫ୍ରାଞ୍ଚାଇଜ କହିଛି ଯେ, ଆମର କୋଚିଂ ଷ୍ଟାଫରେ ଜଣେ ଜବରଦସ୍ତ ଖେଳାଳିଙ୍କୁ ଯୋଡ଼ିଛୁ। ବରୁଣ ଆରୋନଙ୍କୁ ଆମର ନୂତନ ବୋଲିଂ କୋଚ୍ ଭାବେ ସ୍ଵାଗତ। 

ଏହା ପୂର୍ବରୁ ବରୁଣ ଆରୋନ ୬ଟି ଦଳର ସଦସ୍ୟ ଥିଲେ। ହେଲେ ହାଇଦ୍ରାବାଦ ପକ୍ଷରୁ ସେ କୋଚିଂ ଷ୍ଟାଫ ଭାବେ ଦଳରେ ସାମିଲ୍ ହୋଇଛନ୍ତି। ହାଇଦ୍ରାବାଦ ପକ୍ଷରୁ ସେ କେବେ ଆଇପିଏଲ୍ ଖେଳି ନାହାନ୍ତି। ବରୁଣ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ, ରାଜସ୍ଥାନ ରୟାଲ୍ସ, ଗୁଜରାଟ ଟାଇଟନ୍ସ, କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିଛନ୍ତି। ଭାରତ ପାଇଁ ୯ଟି ଟେଷ୍ଟ ଓ ୯ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ବରୁଣ ଆରୋନ।

ଆଇପିଏଲ୍‌ରେ ବରୁଣ   ମୋଟ୍ ୫୨ ମ୍ୟାଚ୍ ଖେଳି ୪୪ ଓ୍ଵିକେଟ୍ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୧୬ ରନ ଦେଇ ୩ଟି ଓ୍ଵିକେଟ୍ ରହିଛି। ୨୦୧୧ରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ। ଶେଷ ଥର ୨୦୨୨ରେ  ବରୁଣ ଗୁଜରାଟ ଟାଇଟନ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.