ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା, ଚଳିତ ବର୍ଷ ହସ୍ତଶିଳ୍ପ କାରିଗରମାନଙ୍କ ଜବରଦସ୍ତ ପସରା

Published By : Prameya-News7 Bureau | November 30, 2023 IST

କଟକ 30/11 : ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା। ସପ୍ତାହେ ପାଇଁ ଚାଲିବ କିଣାବିକା। ହସ୍ତଶିଳ୍ପ ପାଇଁ ଏକ ବୃହତ ବଜାର ହେଉଛି କଟକର ବାଲିଯାତ୍ରା । ଯେଉଁଠି ସ୍ଥାନୀୟ କାରିଗରଙ୍କ ଉତ୍ପାଦର ଚାହିଦା ଯେତିକି ରହିଛି , ବାହାର ରାଜ୍ୟର ଉତ୍ପାଦର ଚାହିଦା ମଧ୍ୟ ସେତିକି। ଚଳିତ ବର୍ଷ ହସ୍ତଶିଳ୍ପ କରିଗରମାନେ ବାଲିଯାତ୍ରାରେ ଜବରଦସ୍ତ ପସରା ମେଲାଇଛନ୍ତି ।

ନଭେମ୍ବର ଶେଷ ସପ୍ତାହରେ ପଡିଲା ବାଲିଯାତ୍ରା । ତେଣୁ କାରବାର ଟିକିଏ ମାନ୍ଦେଇ ଯିବ ବୋଲି ଏକ ପ୍ରକାର ଆଂଶକା ଥିଲା । କିନ୍ତୁ ଓରମାସ ଦ୍ବାରା ଆୟଜିତ ଜାତୀୟ ପଲ୍ଲିଶ୍ରୀ ମେଳା ଭିତରକୁ ଗଲେ ସେ ଧାରଣା ଦୂର ହୋଇଯିବ। ଏ ହେଉଛନ୍ତି ଉତ୍ତର ପ୍ରଦେଶ ବାସିନ୍ଦା ମହମ୍ମଦ ଅକ୍ରମ । ଚଳିତ ବର୍ଷକୁ ମିଶାଇଲେ ୧୦ ବର୍ଷ ହେଲା ସେ ବାଲିଯାତ୍ରାକୁ ଆସୁଛନ୍ତି । ଆଉ ସାଙ୍ଗରେ ନେଇ ଆସନ୍ତି ହାତ ତିଆରି ପିତ୍ତଳ ସାମଗ୍ରୀ । ଯାହାର ଚାହିଦା କେତେ , ଏହି କାଉଁଣ୍ଟର ଆଗରେ ଲାଗିଥିବା ଗହଳିକୁ ଦେଖିଲେହିଁ ବୁଢାପଡୁଥିବ । ଅକ୍ରମଙ୍କ ମତରେ ବାଲିଯାତ୍ରା ତାଙ୍କ ବେପାର ଲାଗି ସବୁଠାରୁ ବଡ ପ୍ଲାଟଫର୍ମ । ଯେଉଁଠି କାରବାର ଯେତେ ପରିମାଣର ହୁଏ, ସେହି ପରିମାଣରେ ତାଙ୍କୁ ପବ୍ଲିସିଟି ମଧ୍ୟ ମିଳେ । ବିଶେଷ କଥା ହେଲା , ଏହି ପିତ୍ତଳ ଉତ୍ପାଦଗୁଡିକୁ ନିର୍ମାଣ କରନ୍ତି ତାଙ୍କ ପିବାରବର୍ଗ । କାରଣ ଏହା ହେଉଛି ସେମାନଙ୍କର କୌଳିକ ବୃତ୍ତି । ଆଉ ଖୁସିର କଥା ହେଲା ଏହି ହାତ ତିଆରି ସାମଗ୍ରୀର ଚାହିଦା ବାଲିଯାତ୍ରାରେ ସବୁଠାରୁ ଅଧିକ ।

wp:html /wp:html

ଇଏତ ଥିଲା ବାହାର ରାଜ୍ୟର ବ୍ୟବସାୟୀଙ୍କ କଥା, ଆମ ଦେଶୀୟ ଉତ୍ପାଦ ବି କିଛି କମ୍ ନୁହେଁ ମୋ।  ଓରମାସ ଷ୍ଟଲରେ ଆଉ ଏକ କାଉଣ୍ଟରରେ ଉପଲବ୍ଧ ହେଉଛି ଡୋକ୍ରା ସାମଗ୍ରୀ ।  ଯାହାକୁ ପ୍ରସ୍ତୁତ କରିଛନ୍ତି ବଡମ୍ବା ବଡବାରସିଂ ଗାଁର ଏକ ପ୍ରଡ୍ୟୁସରର୍ସ ଗ୍ରୁପ । ଯଦିଓ ଡୋକ୍ରା କାମ ହେଉଛି ସେମାନଙ୍କର କୌଳିକ ବୃତ୍ତି ଏବଂ ପୂର୍ବରୁ ସେମାନେ ନିଜଶ୍ବ ଚେଷ୍ଟାରେ ସବୁକିଛି କରୁଥିଲେ , କିନ୍ତୁ ମିଶନ ଶକ୍ତି ଜରିଆରେ ଏହି କାରଗର ମାନଙ୍କୁ ମିଳିଛି ସରକାରୀ ସହୟତା । ଏହାସହ  ପ୍ରସ୍ତୁତ ସାମଗ୍ରୀ ଲାଗି ଉପଯୁକ୍ତ ବଜାର। ତେଣୁ ଗତ କେଇ ବର୍ଷ ଭିତରେ ଏହି ଡୋକ୍ରା କାରିଗରିକୁ ପାଥେୟ କରି ପ୍ରାୟ ୩୦ ଟି ପରିବାର ସ୍ବାବଲମ୍ବୀ ହୋଇପାରିଛନ୍ତି । ଗତବର୍ଷ ବାଲିଯାତ୍ରାରେ ଏହି ପ୍ରଡ୍ୟୁସର୍ସ ଗ୍ରୁପ୍ ପ୍ରାୟ ୭ ଲକ୍ଷ ଟଙ୍କାର କାରବାର କରିଥିଲା । ତେଣୁ ଚଳିତ ବର୍ଷ ୧୦ ଲକ୍ଷ ଟଙ୍କାର ବେପାର କରିବାର ଲକ୍ଷ ରଖିଛନ୍ତି ଏହି ଗ୍ରାମିଣ ମହିଳା କାରିଗର ମାନେ ।

Also Read- ସରିଲା ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥ ସମ୍ପୂର୍ଣ୍ଣ ଲେଜର୍ ସ୍କାନିଂ, ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ ଏଏସ୍‌ଆଇ

ଏଥର ଜାତୀୟ ପଲ୍ଲିଶ୍ରୀ ମେଳାରେ ପ୍ରାୟ ୪ ଶହ ୫୦ ଟି କାଉଣ୍ଟର ଖୋଲିଛି। ଯେଉଁଠି ରାଜ୍ୟର ସମସ୍ତ ଜିଲ୍ଲା ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି । ତା ସହିତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ଉତ୍ପାଦ ମଧ୍ୟ ଓରମାସ ଷ୍ଟଲରେ ଉପଲବ୍ଧ ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.