ସରିଲା ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥ ସମ୍ପୂର୍ଣ୍ଣ ଲେଜର୍ ସ୍କାନିଂ, ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ ଏଏସ୍‌ଆଇ

Published By : Prameya-News7 Bureau | November 30, 2023 IST

ପୁରୀ ୩୦/୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଶେଷ ହେବା ପରେ ଏଏସାଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସାଆଇ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଲେଜର ସ୍କାନିଂ କୁ ଅନୁଧ୍ୟାନ କରାଯିବା ପରେ ଏନେଇ ଏକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଏଏସାଆଇ ପ୍ରଦାନ କରିବ।

ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥର ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଓ ଉତ୍ତର ଭାଗର ୫ଡିଗ୍ରୀ କୋଣରେ ୪୫ଟି ପଏଣ୍ଟ ସହ ଯୋଡେଇ ସ୍ଥାନରେ ଏଏସାଆଇ ପକ୍ଷରୁ ସରିଛି ଲେଜର ସ୍କାନିଂ। ଗତ ଦୁଇଦିନ ଧରି ଏଏସାଆଇ ପକ୍ଷରୁ ଚାଲିଥିଲା ଲେଜର ସ୍କାନିଂ। ତେବେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସାଆଇ ଅଧିକ୍ଷକ ଏବଂ ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

wp:html /wp:html

ଏଏସଆଇ ପକ୍ଷରୁ ହୋଇଥିବା ରତ୍ନଭଣ୍ଡାର ବାହାର ପାର୍ଶ୍ୱର ଲେଜର ସ୍କାନିଂ ସମ୍ପର୍କରେ ତଥ୍ୟ ଦେବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଏସାଆଇ ସୁପରିଟେଣ୍ଡଣ୍ଟ ଡଃ ଡି.ବି. ଗଡ଼ନାୟକଙ୍କ ସୂଚନା ଅନୁସାରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କୁ ଡାଟା ପ୍ରୋସେସିଂ କରାଯାଇ ଡକୁମେଣ୍ଟେଶନ କରାଯିବ। ପରେ ଏହାକୁ ଅନୁଧ୍ୟାନ କରାଯାଇ ଯେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବ ତାହାର ମରାମତି ପାଇଁ ପଦକ୍ଷେପ ନିଆଯିବ।

wp:embed {"url":"https://www.prameyanews7.com/laser-scanning-process-of-ratna-bhandar-second-day/","type":"wp-embed","providerNameSlug":"prameya-news-7"}
https://www.prameyanews7.com/laser-scanning-process-of-ratna-bhandar-second-day/
/wp:embed

ସେହିପରି ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଖୁବଶୀଘ୍ର ଲେଜର ସ୍କାନିଂ କରାଯିବ। ଏହାଦ୍ବାରା ପାର୍ଶ୍ଵ ଦେବଦେବୀ ମନ୍ଦିରର ସମ୍ପୂର୍ଣ୍ଣ ସ୍ଥିତି କିଭଳି ରହିଛି ତା'ର ତଥ୍ୟ ହାସଲ ହୋଇପାରିବ। ଫଳରେ ଆଗାମୀ ଦିନରେ ଏହି ତଥ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ସଂଗ୍ରକ୍ଷଣ କାର୍ଯ୍ୟରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଏଏସାଆଇ ସୁପରିଟେଣ୍ଡଣ୍ଟ।

ସେହିପରି କାର୍ତ୍ତିକ ମାସ ଯୋଗୁ ପ୍ରବଳ ଭକ୍ତଙ୍କ ଗହଳି ପାଇଁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଧିମା ଗତିରେ ଚାଲିଥିଲା। ତେଣୁ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ କିଭଳି କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଜି ଆଲୋଚନା ହୋଇଥିବା ଏଏସାଆଇ ଅଧିକ୍ଷକ କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ମିଳିଲେ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଏଏସାଆଇ ସୁପରିଟେଣ୍ଡଣ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.