ଉର୍ଦ୍ଧୁ ଓ ପାର୍ସୀକୁ ବଦଳାଇ ହିନ୍ଦୀ ଓ ଇଂରାଜୀରେ ଲେଖ: ପୁଲିସ ବିଭାଗକୁ ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 14, 2025 IST

indiatoday

ନୂଆଦିଲ୍ଲୀ: ଉର୍ଦ୍ଧୁ ଓ ପାର୍ସୀ ବଦଳରେ ହିନ୍ଦୀ ଓ ଇଂରାଜୀ ବ୍ୟବହାର କର। ରାଜସ୍ଥାନ ପୁଲିସକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର। ଶନିବାର ରାଜସ୍ଥାନର ରାଜ୍ୟମନ୍ତ୍ରୀ ଜବାହାର ସିଂହ ବେଧାମ ରାଜ୍ୟ ପୋଲିସ ବିଭାଗକୁ ସରକାରୀ ନଥିପତ୍ରରେ ଉର୍ଦ୍ଦୁ ଏବଂ ପାରସୀ ଶବ୍ଦକୁ ହିନ୍ଦୀ କିମ୍ବା ଇଂରାଜୀ ବିକଳ୍ପ ସହିତ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ଯେଉଁଥିରେ ସରକାରୀ ପୋଲିସ ଡକ୍ୟୁମେଣ୍ଟ, ରିପୋର୍ଟ, ନୋଟିସ ବୋର୍ଡରେ ହିନ୍ଦୀ ଶବ୍ଦ ସହିତ ବ୍ୟବହୃତ ହୋଇଥିବା ଉର୍ଦ୍ଦୁ ଏବଂ ପାରସୀ ଶବ୍ଦଗୁଡ଼ିକର ସମୀକ୍ଷା କରିବ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ମୋଗଲ ଯୁଗରୁ ପୋଲିସ କାର୍ଯ୍ୟରେ ଉର୍ଦ୍ଦୁ ଏବଂ ପାର୍ସି ଶବ୍ଦର ଐତିହାସିକ ବ୍ୟବହାର ସତ୍ତ୍ୱେ, ବର୍ତ୍ତମାନର ପୋଲିସ କର୍ମଚାରୀ ଏବଂ ସାଧାରଣ ଜନତା ଏହି ଭାଷାଗୁଡ଼ିକ ସହିତ ପରିଚିତ ନାହାଁନ୍ତି।  ପୋଲିସ କର୍ମଚାରୀ, ଅଭିଯୋଗକାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଉର୍ଦ୍ଦୁ/ଫାର୍ସୀ ଜ୍ଞାନର ଅଭାବ ହେତୁ, ଏହି ଶବ୍ଦଗୁଡ଼ିକୁ ପ୍ରାୟତଃ ଭୁଲ ବୁଝି କିମ୍ବା ଭୁଲ ବ୍ୟାଖ୍ୟା କରାଯାଉଛି। ଯାହା ଫଳରେ ନ୍ୟାୟରେ ବିଳମ୍ବ ହୁଏ। ତେଣୁ ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ଚିଠିରେ କୁହାଯାଇଛି। 

ଏଥିରେ ଆହୁରି କୁହାଯାଇଛି ଯେ ଭାରତରେ ସମସ୍ତ ଭାଷାକୁ ସମ୍ମାନ ଦିଆଯାଉଥିବା ବେଳେ, ପ୍ରଶାସନିକ ଭାଷାରେ ହିନ୍ଦୀକୁ ପ୍ରାଥମିକତା ଦେବା ଦ୍ୱାରା ଆଇନଗତ ଦଲିଲ, ସରକାରୀ ନିର୍ଦ୍ଦେଶ ଏବଂ ପୋଲିସ ରେକର୍ଡ ପାଇଁ ସୁଗମତା ବୃଦ୍ଧି ପାଇବ। କାରଣ ରାଜସ୍ଥାନ ମୁଖ୍ୟତଃ ଏକ ହିନ୍ଦୀ ଭାଷାଭାଷୀ ରାଜ୍ୟ।

ଚିଠିରେ ଲେଖାଯାଇଛି "ଉର୍ଦ୍ଦୁ/ପାର୍ସୀ ଶବ୍ଦକୁ ହିନ୍ଦୀ ଶବ୍ଦରେ ଲେଖିଲେ ନାଗରିକମାନେ ସରକାରୀ ନୋଟିସ୍, ନିର୍ଦ୍ଦେଶନାମା ଏବଂ ଯୋଜନାଗୁଡ଼ିକୁ ବୁଝିବା ସହଜ ହେବ। ଏହା ପୋଲିସ ପ୍ରଶାସନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ କରିବାରେ ସାହାଯ୍ୟ କରିବ। ପୋଲିସ ବିଭାଗକୁ ଏପରି ଶବ୍ଦର ବଦଳାଯିବା ପାଇଁ ଏକ ଆନୁଷ୍ଠାନିକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ କୁହାଯାଇଛି, ଯାହା ପରେ ଉପଯୁକ୍ତ ପ୍ରଶାସନିକ ସ୍ତରରେ ସମୀକ୍ଷା ଏବଂ କାର୍ଯ୍ୟକାରୀ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.