୧୨ ହଜାର ଡଲାରରେ ଚୀନକୁ ବିକ୍ରି କରୁଥିଲେ ଗୁପ୍ତତଥ୍ୟ, ଆମେରିକାର ନୌସେନା ନାବିକ ଗିରଫ, ଗୁପ୍ତଚର ହେବାକୁ ରାଜି କରାଇଥିଲେ ମାଆ

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ ୨୧/୦୮: ଆମେରିକାର ଜଣେ ନୌସେନା ନାବିକ । ନାଁ ତାଙ୍କର ଜିନଚାଓ ୱେଇ ।ସେ ଚୀନର ଗୁପ୍ତଚର ଏଜେଣ୍ଟଙ୍କୁ ଦେଉଥିଲେ ସାମରିକ ତଥ୍ୟ । ଗୁପ୍ତଚର, ଗୁପ୍ତଚର ଷଡ଼ଯନ୍ତ୍ର ଓ ବେଆଇନ ଭାବରେ ସାମରିକ ତଥ୍ୟ ଲିକ୍‌ ସମେତ ୬ଟି ଗୁରୁତର ଅଭିଯୋଗରେ ଆମେରିକାର ଏକ ଫେଡେରାଲ ଜୁରୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୀର୍ଘ ୧୮ ମାସ ଧରି ଏମିତି ଲୁଚାଛପା ତଥ୍ୟ ଲିକ୍‌ କରୁଥିଲେ ୱେଇ । ୧୨ ହଜାର ଡଲାର ବଦଳରେ ସେ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ସୂଚନାକୁ ଚୀନର ଗୁପ୍ତଚର ଏଜେଣ୍ଟକୁ ଦେଉଥିଲେ । ଯାହାର ଖୁଲାସା ହେବା ପରେ ଚୀନ ଓ ଆମେରିକା ପରସ୍ପର ଉପରେ ଡୋଷ ଲଦାଲଦି ହୋଇଛନ୍ତି । ଏବେ ଜିନଚାଓ ୱେଇଙ୍କୁ ଗିରଫ କରାଯାଇଥିବାବେଳ ଡିସେମ୍ବର ୧ରେ ତାଙ୍କୁ ମିଳିବ ଦଣ୍ଡ । 

ଆମେରିକୀୟ ଓକିଲ ଆଡାମ ଗର୍ଡନ ୱେଇଙ୍କ ଆଚରଣକୁ କର୍ତ୍ତବ୍ୟ ଅବହେଳା ଦର୍ଶାଇଛନ୍ତି । ୱେଇଙ୍କ କାମ ଜାତୀୟ ସୁରକ୍ଷା ଓ ସାଥୀ ନାବିକମାନଙ୍କ ଜୀବନକୁ ବିପଦରେ ପକାଇଥିଲା ।କେବଳ ସେ ନୁହଁନ୍ତି FBI  ଏବଂ  NCIS  ମଧ୍ୟ ଜୋର ଦେଇ କହିଛନ୍ତି କି ଏହି ମାମଲା ବିଦେଶୀ ଗୁପ୍ତଚର   ପ୍ରୟାସ ବିଶେଷକରି ଚୀନ ଆଡୁ ବଢୁଥିବା ବିପଦକୁ ଦର୍ଶାଉଛି । ଚୀନ ଓ ଆମେରିକା ପରସ୍ପର ଗୁପ୍ତଚର ପାଇଁ ସେମାନଙ୍କର ଅଧିକାରୀଙ୍କୁ ନିଯୁକ୍ତି ଦେବାର ଅଭିଯୋଗ କରିଛନ୍ତି । ଜୁନ୍‌ ପୂର୍ବରୁ CIA ଏକ ଭିଡିଓ ଜାରି କରିଥିଲା ଯେଉଁଥିରେ ଚୀନ ନାଗରିକମାନଙ୍କୁ ଆମେରିକାକୁ ସାହାଯ୍ୟ କରିବାକୁ ଅନୁରୋଧ କରାଯାଉଥିଲା ।  

ଜିନ୍‌ଚାଓ ୱଇଙ୍କ ସଂପର୍କରେ ମାମଲା ଆରମ୍ଭ ହୋଇଥିଲା ୨୦୨୨ରୁ । ଜଣେ ଚୀନ ନୌସେନାରେ ସାମିଲ ଥିବା ଦର୍ଶାଇଥିଲେ ଓ ସୋସିଆଲ ମିଡିଆରେ ୱେଇଙ୍କ ସହ ଯୋଗାଯୋଗ କରିଥିଲେ । ଏପରି ଭାବରେ ବଢିଥିଲା ସଂପର୍କ । ପରବର୍ତ୍ତୀ ଦେଢ ବର୍ଷ ଭିତରେ  ସେ ଆମେରିକାର ଏସେକ୍ସ ବିଷୟରେ ଫଟୋ,ଭିଡିଓ ଲିକ୍‌ କରିଥିଲେ ।ୱେଇ  ଏନକ୍ରିପ୍ଟେଡ ଚାଟ୍‌, ବିଗ୍‌ ବ୍ରଦର ଆଣ୍ଡି ଭଳି କୋଡ୍‌, ଅସ୍ଥାୟୀ ମେସେଜ ଆପ୍ସ ଏବଂ ଡିଜିଟାଲ ଡ୍ରପ ପଏଣ୍ଟ ବ୍ୟବହାର କରି କଥାବାର୍ତ୍ତାକୁ ଲୁଚାଇ ରଖିଥିଲେ । ତେବେ ନ୍ୟାୟ ବିଭାଗ କହିଛି ପାଟ୍ରିକ ୱେଇ ନାଁରେ ଜଣାଶୁଣା ୱେଇଙ୍କୁ ୨୦୨୩ ଅଗଷ୍ଟରେ ଗିରଫ କରାଯାଇଥିଲା । ୱେଇଙ୍କ ଏପରି କାରନାମା ପଛରେ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ୱେଇଙ୍କୁ ଗୁପ୍ତଚର ହେବାକୁ ରାଜି କରାଇଥିଲେ ତାଙ୍କ ମାଆ । ଶୁଣାଣି ସମୟରେ ଏପରି ଖୁଲାସା କରିଛନ୍ତି ଅମେରିକାର ଓକିଲ । ସେ କହିଛନ୍ତି କି ଏପରି କରିବାର କାରଣ ହେଉଛି ତାଙ୍କର ଆଶା ଥିଲା ପୁଅକୁ କେବେବି ଚୀନ ସରକାରଙ୍କ ପାଖରେ ଚାକିରି ମିଳିଯିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.