ନୂଆଦିଲ୍ଲୀ: ଭାରତର ୟୁପିଆଇ ସେବା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ୨ ଅଗଷ୍ଟ ୨୦୨୫ରେ ଗୋଟିଏ ଦିନରେ ୭୦୭ ମିଲିଅନରୁ ଅଧିକ କାରବାର ରେକର୍ଡ କରାଯାଇଛି। ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହି ତଥ୍ୟ ଜାରି କରିବା ପରେ ୟୁପିଆଇ ସେବାର ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି।
ଗତ କିଛି ବର୍ଷ ମଧ୍ୟରେ ୟୁପିଆଇ ବହୁତ ଆଗକୁ ବଢ଼ିଛି। ୨୦୨୩ ପରଠାରୁ ଏହାର ଦୈନିକ ବ୍ୟବହାର ଦ୍ୱିଗୁଣିତ ହୋଇଛି। ସେହି ସମୟରେ ଏହା ପ୍ରତିଦିନ ପ୍ରାୟ ୩୫୦ ମିଲିଅନ (୩୫ କୋଟି) କାରବାର କରୁଥିଲା। ଅଗଷ୍ଟ ୨୦୨୪ ସୁଦ୍ଧା ଏହି ସଂଖ୍ୟା ୫୦୦ ନିୟୁତ (୫୦ କୋଟି) ଛୁଇଁଥିଲା। ବର୍ତ୍ତମାନ ଏହା ଖୁବ ସହଜରେ ୭୦୦ ମିଲିଅନ (୭୦ କୋଟି) ଅତିକ୍ରମ କରିଛି।
ହାରାହାରି ଭାବେ, ଜୁଲାଇ ମାସରେ ୟୁପିଆଇ ଦୈନିକ ପ୍ରାୟ ୬୫୦ ମିଲିଅନ (୬୫ କୋଟି) କାରବାର କରିଥିଲା। ତେବେ ଅଗଷ୍ଟ ଆରମ୍ଭରେ ଲୋକମାନେ ଭଡା ପେମେଣ୍ଟ କରିବା, ଅନ୍ୟାନ୍ୟ ବିଲ୍ ଏବଂ ଦରମା ସ୍ଥାନାନ୍ତର କରିବା ଯୋଗୁ କାରବାର ୭୦୦ ମିଲିଅନ ମାଇଲଖୁଣ୍ଟ ଅତିକ୍ରମ କରିଥିଲା।
ଦୈନିକ ୭୦୦ ମିଲିଅନ କାରବାର ଅତିକ୍ରମ କରିବା କେବଳ ଏକ ସଂଖ୍ୟା ନୁହେଁ, ବଂର ୟୁପିଆଇ ଭାରତର ଦୈନିକ ଆର୍ଥିକ ଜୀବନରେ କେତେ ଗଭୀର ଭାବରେ ଜଡିତ ତାହାର ଏକ ଉଦାହରଣ। ଭାରତରେ ବର୍ତ୍ତମାନ ସମସ୍ତ ଡିଜିଟାଲ୍ ପେମେଣ୍ଟର ପ୍ରାୟ ୮୫ ପ୍ରତିଶତ ୟୁପିଆଇ ମାଧ୍ୟମରେ ହେଉଛି।