ଦୁଇଟି ବିବାହ ପରେ ବି ଏକୁଟିଆ ବଲିଉଡର ଏହି ଭିଲେନ , କୁହନ୍ତି – ଏବେ ମୋ ଜୀବନର ଉଦ୍ଦେଶ୍ୟ କେବଳ ...

Published By : Prameya-News7 Bureau | August 05, 2025 IST

ମୁମ୍ୱାଇ : ଯେତେବେଳେ ବି ୯୦ ଦଶକର ଭିଲେନ୍‌ଙ୍କ କଥା ଆସେ ତ ଗୋଟିଏ ଚେହେରା ସର୍ବ ପ୍ରଥମେ ମନେ ପଡ଼ିଯାଏ। ଲୋକେ ତାଙ୍କୁ ‘କେସରିଆ ବିଲାୟତି’, ‘ଟାୟସନ ’ ଭଳି ଅନେକ ନାମରେ ଜାଣନ୍ତି। ତାଙ୍କର ଭୟଙ୍କର ହସ, ଉଗ୍ର ଆଖି ଓ ଡାଏଲଗ୍‌ ଆଜି ବି ଲୋକଙ୍କ ମୁହଁରେ ରହିଥାଏ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କମ୍‌ ଲୋକ ଜାଣନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କର ପତ୍ନୀ ଓ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ।

ପ୍ରଥମ ବିବାହ – 

ଆମେ ବଲିଉଡ୍‌ର ବ୍ୟାଡମ୍ୟାନ ଗୁଲସନ ଗ୍ରୋଭରଙ୍କ କଥା କହୁଛୁ। ସେ ୧୯୯୮ରେ ଫିଲୋମିନାଙ୍କୁ ବିବାହ କରିଥିଲେ। ଫିଲୋମିନା ଜଣେ ଫ୍ୟାଶନ ଡିଜାଇନର ଥିଲେ ଏବଂ ଲାଇମଲାଇଟ୍‌ ଠାରୁ ଦୂରେଇ ରହିବାକୁ ପସନ୍ଦ କରୁ ଥିଲେ। ବାହାଘର ପରେ ତାଙ୍କର ପୁଅ ସଞ୍ଜୟ ଗ୍ରୋଭରଙ୍କ ଜନ୍ମ ହୋଇଥିଲା। ପ୍ରାରମ୍ଭରେ ସବୁ କିଛି ଠିକ୍‌ ଥିଲା, କିନ୍ତୁ ଧିରେ ଧିରେ ସଂପର୍କରେ ଫାଟ ସୃଷ୍ଟି ହେଲା। ମାତ୍ର ୩ ବର୍ଷ ପରେ ଉଭୟଙ୍କର ତଲାକ ହୋଇ ଗଲା ଏବଂ କୋର୍ଟ ସଞ୍ଜୟଙ୍କ କଷ୍ଟଡି ଗୁଲସନଙ୍କୁ ଦେଇ ଥିଲେ।

ଦ୍ୱିତୀୟ ବିବାହ – 

ତଲାକର ତୁରନ୍ତ ପରେ ଗୁଲସନ କାଶିସ୍‌ଙ୍କୁ ବିବାହ କଲେ, କିନ୍ତୁ ଏହି ସଂପର୍କ ବି ଅଧିକ ଦିନ ତିଷ୍ଠି ରହି ପାରି ନଥିଲା। ଗୁଲସନଙ୍କ ଅନୁସାରେ, ବିବାହର କିଛି ମାସ ପରେ ଦୂରତା ବଢିବାକୁ ଲାଗିଲା। ସେ ଏହା ମଧ୍ୟ କହି ଥିଲେ ଯେ, ମୋ ପୁଅ ମୋ ଜୀବନ ଏବଂ ଏହା କୌଣସି ବି ମହିଳାଙ୍କ ପାଇଁ ସମସ୍ୟା ହୋଇ ପାରେ, ଯିଏ ମୋ ଜୀବନରେ ଆସି ଥିଲେ। ସଞ୍ଜୟର ସ୍ଥାନ କେହି ନେଇ ପାରିବେ ନାହିଁ।

ତଲାକ୍‌ ପରେ ଗୁଲସନ ସିଙ୍ଗଲ ପ୍ୟାରେଣ୍ଟ ହୋଇ ଗଲେ। ସଞ୍ଜୟ ଆମେରିକାରେ ପାଠ ପଢୁ ଥିଲେ, ଏଥିପାଇଁ ଗୁଲସନ ପ୍ରତି ମାସରେ ଆମେରିକା ଯାଉ ଥିଲେ। ସଞ୍ଜୟ UCLA ରୁ ‘ବିଜନେସ ଅପ୍‌ ହଲିଉଡ୍‌ ଆଣ୍ଡ ଏଣ୍ଟରଟେନମେଣ୍ଟ’ରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ଏବଂ ଏମଜିଏମ୍‌ ଷ୍ଟୁଡିଓରେ ଡାଇରେକ୍ଟର ସ୍ପେଶାଲ  ପ୍ରୋଜେକ୍ଟ ଭାବେ କାମ କରିଛନ୍ତି। 

୧୫ ବର୍ଷ ହଲିଉଡ୍‌ରେ ବିତାଇବା ପରେ ସଞ୍ଜୟ ଭାରତ ଫେରିଥିଲେ। ଗୁଲସନ କୁହନ୍ତି, ମୋର ଇମୋସନାଲ ବ୍ଲାକମେଲିଂ କାମ କଲା। ଏବେ ସଞ୍ଜୟ ପ୍ରଡକ୍ସନ ହାଉସ୍‌ ଚଲାଉଛନ୍ତି ଏବଂ ଡିୟର ଜସସି ଓ ପିଙ୍କ୍‌ ପ୍ରମିସ୍ ଭଳି ଫିଲ୍ମ ପ୍ରଡ୍ୟୁସ୍‌ କରି ସାରିଛନ୍ତି। ନିକଟରେ ସେ ‘ହିର୍‌ ଏକ୍ସପ୍ରେସ୍‌’ ମଧ୍ୟ ପ୍ରଡ୍ୟୁସ୍‌ କରିଛନ୍ତି, ଯେଉଁଥିରେ ଗୁଲସନ ମଧ୍ୟ କାମ କରିଛନ୍ତି।

୬୮ ବର୍ଷ ବୟସରେ ଗୁଲସନ ଏକୁଟିଆ। ଦୁଇଟି ବିବାହ ପରେ ସେ ତୃତୀୟ ବିବାହ କରି ନାହାନ୍ତି। ସେ କୁହନ୍ତି ଏବେ ତାଙ୍କ ଜୀବନର ଲକ୍ଷ୍ୟ କେବଳ ସଞ୍ଜୟଙ୍କ ସଫଳତା ଦେଖିବା। ସେ କୁହନ୍ତି, ମୁଁ ଚାହୁଁଛି ଯେ, ଲୋକେ ମୋତେ ସଞ୍ଜୟ ଗ୍ରୋଭରଙ୍କ ବାପା ଭାବେ ମନେପକାନ୍ତି, ବ୍ୟାଡ୍‌ମ୍ୟାନ ଭାବେ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.